ଜୀବନଚର୍ଯ୍ୟାଦେଶ ବିଦେଶ

ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଅନୁସାରେ ବରଗଛର ମହତ୍ୱ

ଆମେ ରାସ୍ତାରେ ଯିବାଆସିବା ସମୟରେ ଅନେକ ସ୍ଥାନରେ ବରଗଛ ଦେଖିଥାଉ l ଏହି ଗଛଟି ରାସ୍ତାରେ ପଥିକ ମାନଙ୍କୁ ଛାୟା ପ୍ରଦାନ କରିବା ସହିତ ପକ୍ଷୀ ମାନଙ୍କୁ ମଧ୍ୟ ସାହାରା ଦେଇଥାଏ l ବରଗଛ ଏକ ଦୀର୍ଘ ଜିବି ବିଶାଳ ବୃକ୍ଷ ଅଟେ l ପୃଥିବୀରେ ଯେତେ ଗୁଡିଏ ଦୀର୍ଘ ଜିବି ଗଛ ଅଛନ୍ତି ସେଇମାନଙ୍କ ମଧ୍ୟରେ ବରଗଛ ଅନ୍ୟତମ

ବସନ୍ତ ଋତୁରେ ସମସ୍ତ ବୃକ୍ଷ ପତ୍ର ଝଡା ଦେଲେ ମଧ୍ୟ ବରଗଛ କିନ୍ତୁ ସବୁଜ ପତ୍ରରେ ବିମଣ୍ଡିତ ହୋଇ ରହିଥାଏ l ବରଗଛର ବୈଜ୍ଞନିକ ନାମ ହେଉଛି “ଫାଇକସ ବେଙ୍ଗାଲେସିସ “ଅଟେ l ଭାରତରେ ବରଗଛକୁ ରାଷ୍ଟ୍ରୀୟ ବୃକ୍ଷର ମାନ୍ୟତା ଦିଆଯାଇଛି l ତାହା ସହିତ ବରଗଛକୁ ଧାର୍ମିକ ମାନ୍ୟତା ମଧ୍ୟ ଦିଆଯାଏ l

ହିନ୍ଦୁ ପରମ୍ପରା ଅନୁସାରେ ଅଲଗା ଅଲଗା ଦେବତାଙ୍କ ପାଖରୁ ଅଲଗା ଅଲଗା ବୃକ୍ଷର ଉତ୍ପତି ବୋଲି ଧରାଯାଏ l ସେହିପରି ବରଗଛର ଉତ୍ପତି ଯକ୍ଷରାଜ ମଣିଭଦ୍ରଙ୍କ ଠାରୁ ବଟବୃକ୍ଷର ଉତ୍ପତି ହୋଇଥିଲା l ଧାର୍ମିକ ମାନ୍ୟତା ଅନୁସାରେ ହିନ୍ଦୁ ମାନେ ବଟବୃକ୍ଷଙ୍କୁ ପୂଜା କରିଥାନ୍ତି l ପୌରାଣିକ ମତ ଅନୁସାରେ ବଟବୃକ୍ଷ ଛାଲିରେ ବିଷ୍ଣୁ ବାସ କରନ୍ତି ,ବଟବୃକ୍ଷ ମୂଳରେ ବ୍ରହ୍ମା ବାସ କରନ୍ତି ଓ ଶାଖାରେ ସ୍ୱୟଂ ଶଙ୍କର ଭଗବାନ ରୁହନ୍ତି ବୋଲି ଧରା ଯାଇଛି l ହିନ୍ଦୁ ଧର୍ମରେ ପ୍ରାୟ ସମସ୍ତ ଶିବାଳୟ ନିକଟରେ ବରଗଛ ପୂଜା ପାଏ l ହିନ୍ଦୁ ଧର୍ମରେ ମଧ୍ୟ ବଟବୃକ୍ଷକୁ କାଟିବା ମହାପାପ ଅଟେ l ଆମର ୪ ଟି ବେଦ ,ରାମାୟଣ ଓ ମହାଭାରତ ସମସ୍ତ ଗ୍ରନ୍ଥରେ ବରଗଛକୁ ମାନ୍ୟତା ଦିଆଯାଇଛି l

ବିଦ୍ୱାନ ମାନଙ୍କ ମତରେ ବରଗଛର ଅନେକ ମହତ୍ୱ ରହିଛି l ବରଗଛର ଛାଇ ମଣିଷ ଉପରେ ପଡିଲେ ଏହାର ପ୍ରଭାବ ମଣିଷ ମାନଙ୍କ ମନ ଉପରେ ପଡିଥାଏ l ଯାହା ଦ୍ୱାରା ମନଶାନ୍ତ ରହିଥାଏ ,ବରଗଛ ପତ୍ରଝଡ଼ା ସମୟରେ ମଧ୍ୟ ସବୁଜ ପାତ୍ରରେ ପରିପୂର୍ଣ ରୁହେ ତେଣୁ ଏହାର ଛାଇ ତଳେ ଶୟନ କଲେ ଆୟୁ ବଢେ l ବରଗଛର ଛlଲୀ ଓ ପାତ୍ର ବିଭିନ୍ନ ଔଷଧୀୟ ଗୁଣରେ ପୂର୍ଣ୍ଣ ଅଟେ l ପୌରାଣିକ ମତରେ ବରଗଛକୁ ପୂଜା କରିବା ଦ୍ୱାରା ଶନି ଗ୍ରହଙ୍କର କୋପ କମ ହୋଇଥାଏ l

ବୈଜ୍ଞାନିକ ମହତ୍ୱ -ବରଗଛ ପାଖରୁ ଆମକୁ ପ୍ରଚୁର ମାତ୍ରାରେ ଅକ୍ସିଜେନ ମିଳିଥାଏ l କୁହାଯାଏ ବରଗଛ ପତ୍ରରୁ ଏକ ଘଣ୍ଟାରେ ୫ ମିଲି ଲିଟର ଅକ୍ସିଜେନ ନିର୍ଗତ ହୁଏ l ଯେଉଁ ଗଛରେ ଯେତେ ଅଧିକ ସବୁଜ ପତ୍ର ରହିଥାଏ ସେଠାରେ ସେତେ ଅକ୍ସିଜେନ ବାହାରି ଥାଏ l ସେହିଭଳି ଆଉକିଛି ଗଛହେଲେ ଲିମ୍ବ ଗଛ ,ବାଉଁଶ ଗଛ ଓ ତୁଳସୀ ଗଛ ଇତ୍ୟାଦି l ଏହି ସବୁ ଗଛ ପ୍ରତିଦିନ ୨0 ଘଣ୍ଟା ରୁ ଅଧିକ ଅକ୍ସିଜେନ ନିର୍ଗତ କରିଥାନ୍ତି l ଆଜିକଲି ଅଧିକାଂଶ ଲୋକ ବୋନସାଇ ବରଗଛ ଘର ଭିତରେ କୁଣ୍ଡରେ ଲଗାଉଛନ୍ତି ଯାହା ଦ୍ୱାରା ଘର ଭିତରେ ଶାନ୍ତ ବାତାବାରଣ ରହିବ ସହିତ ଅକ୍ସିଜେନ ମିଳି ପାରୁଛି l

Show More

Related Articles

Back to top button