ଦେଶ ବିଦେଶସ୍ୱାସ୍ଥ୍ୟ

ଅଧିକ ପାଣି ପିଇବା ଦ୍ୱାରା ମୋଟାପଣ ସହିତ କଣ ରହିଛି ସମ୍ପର୍କ

ମିଳିଲା ଏକ ଗବେଷଣାରୁ ତଥ୍ୟ, ଆସନ୍ତୁ ପଢିବା ସେ ବିଷୟରେ-

ପ୍ରତେକଦିନ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ମୋଟାପନର କରାଣ ହୋଇଥିବା ଗୋଟିଏ ହର୍ମୋନ ଵେଶୋପ୍ରେସିନୋ କାବୁରେ ରହିଥାଏ l ଯେଉଁ କାରାଣରୁ ମୋଟା ପଣ ମଧ୍ୟ ନିୟନ୍ତ୍ରିତ ରୁହେ l ଆମେରିକାର ବୈଜ୍ଞାନିକ ମୂଷା ମାନଙ୍କ ଉପାରେ ଏକ ଗବେଷଣା କାରି ଏହି ତଥ୍ୟ ବାହାର କରିଛନ୍ତି l ତାଜା ଖବର ଅନୁସାରେ ଅନଲାଇନ ପତ୍ରିକାରେ ପ୍ରକାଶ କରାଯାଇଛି lଏହା ପୂର୍ବରୁ ଗବେଷଣାରେ ଜଣା ପଡିଥିଲା ଯେ ପ୍ରତେକଦିନ ଅଧିକ ପାଣି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଉନ୍ନତି ହୋଇଥାଏ l ଗବେଷଣାରୁ ଏହା ଜଣା ପଡିଛି ଯେ ମୋଟା ପଣ କମ କରିବା ପାଇଁ ଅତିରିକ୍ତ ମତ୍ରା ପାଣିର ଭୂମିକା ରହିଛି l ଗବେଷକ ମାନେ କହିଛନ୍ତି ଵେଶୋପ୍ରେସିନୋ ହର୍ମୋନର କାମ ହେଲା ରକ୍ତଚାପକୁ ନିୟନ୍ତ୍ରଣ ରଖିବାଠାରୁ ନେଇ ଶରୀରର ତାପମାତ୍ରାକୁ ସାମାନ୍ୟ କରିବା l

ଏହା ବ୍ୟତୀତ ଶରୀରରେ ପାଣିର ମାତ୍ରାକୁ ଠିକ ସ୍ତରରେ ରଖିବା ,ଯେବେକି ମୋଟାପଣ ଓ ମଧୁମେହ ରୋଗୀଙ୍କ ପାଖରେ ଏହି ହର୍ମୋନ ଅଧିକ ଦେଖା ଯାଇଥାଏ l ଗବେଷକ ମାନେ କହିଛନ୍ତି ଯେ ମୂଷା ମାନଙ୍କ ଉପରେ ହୋଇଥିବା ଗବେଷଣା ଦ୍ୱାରା ମୂଷା ମାନଙ୍କର ମୋଟାପା କମିଥିଲା lତାଙ୍କର ଏହି ପରୀକ୍ଷଣ ମୂଷା ମାନଙ୍କ ଉପରେ ହୋଇଥିଲେ ମଧ୍ୟ ସେମାନେ କହିଛନ୍ତି ଯେ ଅଧିକରୁ ଅଧିକ ପାଣି ପିଇବା ଦ୍ୱାରା ମଣିଷ ମାନାଙ୍କ ପାଖରେ ମଧ୍ୟ ମୋଟାପଣ ନିୟନ୍ତ୍ରଣ ରହିବ l ଗବେଷକ ମାନଙ୍କ ମତରେ ମୋଟାପଣ ସହିତ ଅଧିକ ପାଣି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଉନ୍ନତି ହେବ l ମୂଷା ମାନଙ୍କ ଉପରେ ଏହି ଗବେଷଣା ଦ୍ୱାରା ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଯାଇଛି l ଆପଣ ଜାଣି ରଖନ୍ତୁ ଯେ ଜଣେ ବୟସ୍କ ବ୍ୟକ୍ତିଙ୍କର ୬୦ ପ୍ରତିଶତ ଭାଗ ପାଣି ରହିଥାଏ ,ଅଧିକ ପାଣି ପିଇବା ଦ୍ୱାରା ଲାଭ ମିଳିଥାଏ l ଆମେ ଯଦି ପାଣି ପିଇବା କମାଇ ଦେବା ଆମ ଶରୀରରେ ଅନେକ ପ୍ରକାରର ରୋଗ ବଢ଼ିଯାଇ ପରେ l ମେଟାବୋଲିକ ସିଣ୍ଡ୍ରୋମ ଗୋଟିଏ ଏପରି ସ୍ଥିତି ଯାହା ଦ୍ୱାରା ଅନେକ ପ୍ରକାର ରୋଗ ଦେଖା ଦେଇଥାଏ l ଯେପରିକି ଉଚ ରକ୍ତଚାପ ,ମଧୁମେହ ,ମୋଟାପଣ ଓ କୋଲେଷ୍ଟ୍ରଲ ଏହି ୪ଟି କୁ ସଂଯୁକ୍ତ ଭାବରେ ମେଟାବୋଲିକ ସିଣ୍ଡ୍ରୋମ କୁହାଯାଇଥାଏ l

Show More

Related Articles

Back to top button