Breaking PLUSଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟ ହାଡଥରା ଶୀତରେ ଥରୁଛି

ଆହୁରି ଖସିବ ପାରଦ,୧୦ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି

ଅଚାନକ ଖସିଲା ପାରଦ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ରାଜ୍ୟ। ବାଲେଶ୍ୱରରୁ ବ୍ରହ୍ମପୁର, ରାଜଧାନୀରୁ ରାଉରକେଲା ସବୁଠି ହାଡ଼ ଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଦେହ ଶିହରି ହେଇଯାଉଛି । ୩ ଦିନ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ ।ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୫ଟି ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ ଓ ବରଗଡ଼କୁ କରାଯାଇଛି । ସେହିପରି ବୌଦ୍ଧ, ସୋନପୁର, କଳାହାଣ୍ଡି, କଟକ ଆଦି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜରିକରାଯାଇଛି । ରାତିରେ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଥିବା ବେଳେ, ବାଇକ୍ କିମ୍ଵା ଖୋଲା ଗାଡ଼ିରେ ଯିବାକୁ ବାରଣ କରାଯାଇଛି ।ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଛି । ଫଳରେ ପାରଦ ତଳମୁହାଁ ହୋଇଛି ଏବଂ ରାତି ତାପମାତ୍ରା କମିବାରେ ଲାଗିଛି । ସେପଟେ ୨୨ ତାରିଖ ପାଇଁ ୨୧ ଜିଲ୍ଲା ଓ ୨୩ରେ ୧୦ ଜିଲ୍ଲାକୁ ଆର୍ଲଟ ଜାରି କିରିଛି ପାଣିପାଗ କେନ୍ଦ୍ର । ଏପରିକି ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରୀ କମିବ । ତେବେ ୨୪ରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଶୀତ କମିବା ନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାସହରା ଲୋକମାନଙ୍କ ପାଇଁ ରାତି ସମୟରେ ଆଶ୍ରୟସ୍ଥଳୀ, ସ୍କୁଲ ଘର ଓ ବିଭିନ୍ନ କମ୍ୟୁନିଟି ସେଣ୍ଟର୍‌ ଖୋଲା ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କେତେ କେନ୍ଦ୍ର ଖୋଲାଯାଇଛି, କେତେ ସଂଖ୍ୟକ ଲୋକ ରାତିରେ ବିଶ୍ରାମ ନେଇଛନ୍ତି ନେଇ ପ୍ରତିଦିନ ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକମାନେ ନିଜେ ସଚେତନ ହେବା ସହିତ ଗୃହପାଳିତ ଜୀବଜନ୍ତୁଗୁଡିକୁ ନିରାପଦ ରଖିବା ପାଇଁ ସଚେତନ କରିବାକୁ ରବିବାର ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି ।ରବିବାର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସେହିପରି ଫୁଲବାଣୀ ସହରର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ସେଲସିୟସ୍‌, ବାରିପଦାରେ ୮.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୮.୬ ଡିଗ୍ରୀ ସେଲସିୟସ୍‌, ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ସେଲସିୟସ୍‌, ଭବାନୀପାଟଣାରେ ୯.୨ ଡିଗ୍ରୀ ସେଲସିୟସ୍‌, ବଲାଙ୍ଗୀରରେ ୯.୪ ଡିଗ୍ରୀ ସେଲସିୟସ୍‌ ଓ କେନ୍ଦୁଝରରେ ୯.୫ ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରହିଥିଲା ।

Show More

Related Articles

Back to top button