Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ କରୋନା ଆକ୍ରାନ୍ତ

ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହୁଛି । ତିନି ଚାରିଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହେଉ ନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୫ ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରୁ ୩୫, ପୁରୀରୁ ୨୭, ଅନୁଗୁଳରୁ ୨୩ ଓ କଟକ ଜିଲ୍ଲା କରୋନା ପଜିଟିଭ୍ ତାଲିକାରେ ଆଉ ୨୨ ସଂକ୍ରମିତଙ୍କ ନାଁ ଯୋଡିଛି ।

ବାକି ୨୧ଟି ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଭିତରେ ରହିଛି । ୧୫ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୬ହଜାର ୫୯୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୧ହଜାର ୬୪୭ ଆକ୍ରାନ୍ତ । ଏବେ ୩ହଜାର ୫୭ଟି ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button