ଓଡ଼ିଶାଖେଳଦେଶମୁଖ୍ୟ ଖବର

ଆଇପିଏଲରୁ ବିଦାୟ ନେବେ କି ଧୋନୀ ? କାଲି କରିବେ ବଡ ଘୋଷଣା

ନୂଆଦିଲ୍ଲୀ : ଆଇପିଏଲରୁ ଅବସର ନେବେ କି ଧୋନୀ । ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ୱରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନରେ ଏହି ଖବର ଏକ ସସ୍‌ପେନ୍ସ ସୃଷ୍ଟି କରୁଛି। କାରଣ କାଲି ଫେସ୍‌ବୁକ୍‌ ଲାଇଭ କରି ଧୋନୀ କିଛି ବଡ଼ ଘୋଷଣା କରିବେ ବୋଲି ନିଜେ ଘୋଷଣା କରିଛନ୍ତି। ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। କେତେକଙ୍କ ମତରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ କାଲି ଆଇପିଏଲ ଛାଡିବା ନେଇ ବଡ଼ ଘୋଷଣା କରିପାରନ୍ତି। ୨୦୦୮ରୁ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ପଦ ସମ୍ଭାଳୁଥିଲେ। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନୀ ହିଁ ଦଳର ନେତୃତ୍ୱ ନେଇଥିଲେ। ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହାପରେ ୨୦୨୨ରେ ଧୋନୀ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡି କେବଳ ଜଣେ ଖେଳାଳି ଭାବେ ଖେଳୁଥିଲେ।

Show More

Related Articles

Back to top button