ଅପରାଧଆଇନ କାନୁନଓଡ଼ିଶା

ସାମାନ୍ୟ ବଚସା ପାଇଁ ପତ୍ନୀଙ୍କୁ ବନ୍ଧୁକରେ ଗୁଳିକରି ହତ୍ୟା

ବୌଦ୍ଧ: ଦିନକୁଦିନ ହଜିଯାଉଛି ମାନବିକତା । ସାମାନ୍ୟ ବଚସା ପାଇଁ ପତ୍ନୀଙ୍କୁ ବନ୍ଧୁକରେ ଗୁଳିକରି ହତ୍ୟା । ମଦ୍ୟପାନ କରି ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ି ସାହି ଗ୍ରାମରେ । ଅଭିଯୁକ୍ତ ଗିପଫ ।

ସୂଚନା ଅନୁଯାୟୀ , ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ି ସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗିରହିଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ବଚସା ଲାଗିରହିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରୋହିତ ଏକ ବନ୍ଧୁକରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଗୀତାଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା ।ଏହାପରେ ଅଭିଯୁକ୍ତ ଭୟରେ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଥିବା ସହ ଅଭିଯୁକ୍ତକୁ ଗିରଫ କରି ବନ୍ଧୁକ ଜବତ କରିଛି ।

Show More

Related Articles

Back to top button