Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: ମାସେ ହେଲା ମଙ୍କି ପକ୍ସର ତଥ୍ୟ ନାହିଁ

ବ୍ୟାପିଲେ କାବୁ ପାଇଁ ଦୁଇ ପ୍ରକାର ସର୍ଭିଲାନ୍ସ ହେବ

ମଙ୍କି ପକ୍ସ କିଛି କିଛି ଦେଶରେ ବ୍ୟାପିଛି । ଆଉ କିଛି ଦେଶକୁ ବ୍ୟାପିଲାଣି। ଗଲା ମାସ ସୁଦ୍ଧା ଦେଶରେ ମଙ୍କି ପକ୍ସର କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ମଙ୍କି ପକ୍ସର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର ୨ ପ୍ରକାରର ସର୍ଭିଲାନ୍ସ କରାଯିବ । ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହସ୍ପିଟାଲ ସର୍ଭିଲାନ୍ସ। ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି । ତେବେ ସେମନଙ୍କୁ ଆଇସୋଲେସନ କରିବା ସହ ସେମାନଙ୍କର ଟେଷ୍ଟ କରାଯିବ।

ଯଦି ହସ୍ପିଟାଲରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି , ସେମାନଙ୍କ ଉପରେ କଡା ନଜର ରହିବ। ବିଶେଷ କରି ଏହି ମଙ୍କି ପକ୍ସରେ ଜ୍ୱର ସାଙ୍ଗକୁ ଘା ହୋଇଥାଏ। ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କି ପକ୍ସ ଉପରେ ଅବଗତ କରାଯାଇଛି। ଏହାକୁ ନେଇ ଆଜି ମଧ୍ୟ ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ।

Show More

Related Articles

Back to top button