ଦେଶସ୍ୱାସ୍ଥ୍ୟ

ସୋଟ୍ରୋଭିମେବ ଏବଂ କାସିରିଭିମେବ ଇମଡିଭିମେବର ବ୍ୟବହାର ନକରିବା ପାଇଁ WHOର ପରାମର୍ଶ

କରୋନା ମହାମାରୀର ବିଭିନ୍ନ ଭାରିଏଣ୍ଟ ବିଶ୍ୱରେ ଅସ୍ଥିର କରି ଦେଇଛି । ଏହି ମହାମାରୀ ଭିତରେ । ଆଣ୍ଟିବଡି ଔଷଧକୁ ନେଇ ଏକ ବଡ ସୂଚନା ଜାରୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଟ୍ରିଟମେଣ୍ଟ ଗାଇଡଲାଇନ୍ସରେ ସାମାନ୍ୟ ସଂଶୋଧନ କରାଯାଇଛି ।  ସୋଟ୍ରୋଭିମେବ ଏବଂ କାସିରିଭିମେବ ଇମଡିଭିମେବର ଏହି ଦୁଇ ମେଡିସିନକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି WHO ।

ଏହି ଦୁଇ ଔଷଧ କରୋନାର ଓମିକ୍ରନ ଭାରିଆଣ୍ଟ ବିପକ୍ଷରେ ପ୍ରଭାବହୀନ ହୋଇପାରେ । କରୋନା ବିପକ୍ଷରେ ଲଢିବା ପାଇଁ ଗତବର୍ଷ ଏହି ଦୁଇ ମେଡିସିନକୁ ମଞ୍ଜୁରୀ ଦେଇଥିଲା WHO । କିନ୍ତୁ WHO ଗାଇଡଲାଇନ ଡେଭଲପମେଣ୍ଟ ଗ୍ରୁପ ଅଫ ଇଣ୍ଟରନେସନାଲ ଏକ୍ସପର୍ଟସଙ୍କ ରିଭ୍ୟୁ ପରେ ଏହି ସୁପାରିଶକୁ ରିପ୍ଲେସ କରିଛି ।

ଡେଲଟା ସଂକ୍ରମଣ ବିରୋଧରେ ଏହାର ପ୍ରଭାବ ଯୋଗୁଁ ଉଭୟ ମେଡିସିନକୁ ଆମେରିକାର ଏଫଡିଏ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । କିନ୍ତୁ କରୋନାର ଏହି ଭାରିଆଣ୍ଟରେ ପ୍ରଭାବ କମ୍ ରହୁଥିବା ଜାଣିବାକୁ ମିଳିଛି । ସମସ୍ତ ଟେଷ୍ଟ ଏବଂ ପରୀକ୍ଷଣ ପରେ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି ।

Show More

Related Articles

Back to top button