ଦେଶମନୋରଞ୍ଜନ

୮ ଦିନରେ ୩୦୦ କୋଟି ଟଙ୍କା ଆୟ କଲା ‘ବ୍ରହ୍ମାସ୍ତ୍ର’

ଗତ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ଫିଲ୍ମଟି ରିଲିଜ୍‌ ହେବା ପରେ ହଲ୍‌ରେ ଦର୍ଶକଙ୍କ ଭିଡ ଜମିଥିବାବେଳେ କାହାଣୀକୁ ସମସ୍ତେ ପସନ୍ଦ କରିଥିଲେ । ତେବେ ଏହାରି ମଧ୍ୟରେ ଫିଲ୍ମଟି ୮ ଦିନରେ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି।

ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି ହୋଇଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ୩୦୦ କୋଟି ଆୟ କରିବା ସବଠାରୁ ବଡ ବୋଲି କୁହାଯାଉଛି।ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର-ଆଲିଆ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଫିଲ୍ମାର ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି।

Show More

Related Articles

Back to top button