ସ୍ୱାସ୍ଥ୍ୟ

ଦିନରେ କାମ କଲାବେଳେ ଆସୁଛି କି ନିଦ?

ହୋଇପାରେ ବଡ଼ ରୋଗ

ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି । ସ୍ଲିପ ଜର୍ଣ୍ଣାଲରେ ପ୍ରକାଶିତର ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦିନରେ ନିଦ ଆସିଲେ ଭବିଷ୍ୟତରେ ମସ୍ତିଷ୍କରେ ପ୍ଲେକର ଜମାଟ ହୋଇପାରେ ।

ଅଧ୍ୟୟନର ପ୍ରମୁଖ ଲେଖକ ଓ ଆମେରିକାରେ ଥିବା ଜନ୍ସ ହପକିଂସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ଆସୋସିଏଟ ପ୍ରଫେସର ଏଡମ.ପି.ସ୍ପୀରା କହିଛନ୍ତି “ଯଦି ଆପଣଙ୍କୁ ଦିନରେ ନିଦ ଆସୁଛି ତେବେ ଆପଣ ଏହାର ଯାଞ୍ଚ କରାଇବାର ଆବଶ୍ୟକତା ରହିଛି”। ହାରାହାରି ୬୦ ବର୍ଷ ବୟସ୍କର ୧୨୪ ଜଣ ପରୁଷ ଓ ମହିଳାଙ୍କର ଦିନରେ ଶୋଇବା ଅଭ୍ୟାସ ଉପରେ ଏହି ଅଧ୍ୟୟନ କରାଯାଇଥିଲା।

Show More

Related Articles

Back to top button