ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

ଖେଳ ହେଲା କାଳ, ପୋଖରୀରେ ବୁଡି ଚାଲିଗଲା ୨ ଭାଇଭଉଣୀଙ୍କ ଜୀବନ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଡଙ୍କାରୀ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା

ଖେଳ ହେଲା କାଳ,ପୋଖରୀ ପାଖରେ ଖେଳୁ ଖେଳୁ ପୋଖରୀରେ ବୁଡି ଚାଲିଗଲା ୨ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଡଙ୍କାରୀ ଗାଁରେ ।

ସୂଚନା ଅନୁଯାୟୀ , ଗ଼ଞ୍ଜା ଗାଁର ବିନୋଦ ପାତ୍ରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ ନିଜ ବାପଘର ଡଙ୍କାରି ଗାଁରେ   ଅଙ୍ଗୱାଡ଼ି କର୍ମୀ ଅଛନ୍ତି । ସେଥିପାଇଁ ପ୍ରତିଦିନ ନିଜର ପାଞ୍ଚ ବର୍ଷର ପୁଅ  ବିବରକୁ ଧରି ବାପ ଘରକୁ ଯାଇଥାଆନ୍ତି ଏବଂ ସେଠାରୁ ଭାଇ ସୁକଦେବଙ୍କ ପାଞ୍ଚ ବର୍ଷର ଝିଅ ମାମୁନିକୁ ସାଥୀରେ ନେଇ ଅଙ୍ଗୱାଡ଼ି କେନ୍ଦ୍ରକୁ ଯାଇଥାଆନ୍ତି। ସବୁଦିନ ପରେ ଆଜି ମଧ୍ୟ ପୁଷ୍ପାଞ୍ଜଳି ନିଜ ପୁଅ ଓ ଭାଇର ଝିଅକୁ ଧରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିଲେ ପୁଷ୍ପାଞ୍ଜଳି। ସେଠାରେ ପାଠ ପଢ଼ା ସରିବା ପରେ ଉଭୟ ଘରକୁ ଫେରିଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘର ବାହାରେ ଭାଇ ଓ ଭଉଣୀ ଖେଳୁଥିଲେ। ଏହି ସମୟରେ ପରିବାର ଲୋକମାନେ ଅନ୍ୟ କାମରେ ବ୍ୟସ୍ତ ଥିଲେ। ଖେଳୁଥିବା ବେଳେ ହଠାତ୍‌ ଭାଇ ଓ ଭଉଣୀ ଘର ପାର୍ଶ୍ୱ ପୋଖରୀରେ ପଡି ଯାଇଥିଲେ। ।

ଦୀର୍ଘ ସମୟ ପରେ ପରିବାର ଲୋକେ ଭାଇ ଓ ଭଉଣୀଙ୍କୁ ଖୋଜିଥିଲେ ,ମାତ୍ର ସେମାନଙ୍କ ପତ୍ତା ପାଇନଥିଲେ । କିଛି ସମୟ ପରେ ପୋଖରୀ ମଝିରେ ପୁଷ୍ପାଞ୍ଜଳିଙ୍କ ପୁଅର ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ଗାଡ଼ିଆ ଭିତରେ ପଶି ଖୋଜାଖୋଜି କରିଥିଲେ। ପାଣି ଭିତରୁ ମାମୁନିର ମଧ୍ୟ ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ପରିବାର ଲୋକେ ସେମାନଙ୍କୁ ରାଜକନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ।  କିନ୍ତୁ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

 

 

 

 

 

 

 

 

 

Show More

Related Articles

Back to top button