Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ବିଜେପିର ବିଜୟରେ ଦୁଇ ନେତାଙ୍କୁ ପଦ୍ମ ବିଭୂଷଣ ଓ ଭାରତ ରତ୍ନ ପୁରସ୍କାର ଘୋଷଣା

ସଞ୍ଜୟ ରାୱତ କହିଛନ୍ତି ବିଜେପି ଗୋଟେ ବଡ଼ ବିଜୟ ହାସଲ କରିଛି

ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ମଣିପୁର ଓ ଗୋଆରେ ବିଜେପି ଜିତିବା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ଦେଇଛନ୍ତି।  ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପି ବାଜିମାତ କରିଛି ଶିବସେନା ନେତା ସଞ୍ଜୟ ରାୱତ ମଧ୍ୟ ଏନେଇ ମାୟାବତୀ ଓ ଅସଦୁଦ୍ଦିନ ଓୱେସୀଙ୍କୁ ଭାରତ ରତ୍ନ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ବିଜେପିର ବିଜୟରେ ଯୋଗଦାନ ଦେବାରୁ ଦୁଇ ନେତାଙ୍କୁ ପଦ୍ମ ବିଭୂଷଣ ଓ ଭାରତ ରତ୍ନ ପୁରସ୍କାର ଦିଆଯିବ ବୋଲି ସଞ୍ଜୟ ରାୱତ କହିଛନ୍ତି। ସଞ୍ଜୟ ରାୱତ କହିଛନ୍ତି ବିଜେପି ଗୋଟେ ବଡ଼ ବିଜୟ ହାସଲ କରିଛି। ୟୁପି ତାଙ୍କର ନିଜସ୍ୱ ଗଡ଼ ଥିଲା। ତେବେ ଅଖିଳେଶ ଯାଦବଙ୍କ ଆସନ ଏଥର ବୃଦ୍ଧି ହୋଇଛି। ଗତ ନିର୍ବାଚନରେ ଦଳର ୪୨ ଆସନ ଥିଲା। ଏବେ ଏହା ୩ ଗୁଣା ବଢ଼ି ୧୨୫ ଆସନ ହୋଇଛି। ବିଜେପିର ଏହି ବିଜୟ ପାଇଁ ଓୱେସୀ ଓ ମାୟାବତୀ ସହଯୋଗ କରିଛନ୍ତି। ତେଣୁ ତାଙ୍କୁ ପଦ୍ମ ବିଭୂଷଣ ଓ ଭାରତ ରତ୍ନ ପୁରସ୍କାର ଦିଆଯିବା ଦରକାର ।

 

 

Show More

Related Articles

Back to top button