Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପୁଣି ଫେରୁଛି କରୋନା

ଚୀନର ପୂର୍ବୋତ୍ତର ସହର ଚାଙ୍ଗଚୁନରେ ଲକଡାଉନ୍ ଲାଗୁ କରାଯାଇଛି ।

କରୋନା ହ୍ରାସ ପାଉଥିବା ବେଳେ ଏବେ ପୁଣି ମାଡୁଛି କରୋନା । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଚୀନ୍ ପୁଣି ଲକଡାଉନ୍ କଟକଣା ଜାରି କରିଛି । ଚୀନର ପୂର୍ବୋତ୍ତର ସହର ଚାଙ୍ଗଚୁନରେ ଲକଡାଉନ୍ ଲାଗୁ କରାଯାଇଛି । ସହରରେ ବସବାସ କରୁଥିବା ୯୦ ଲକ୍ଷ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଙ୍ଗଚୁନର ପ୍ରତ୍ୟେକ ନାଗରିକଙ୍କର ୩ଟି ପର୍ଯ୍ୟାୟରେ କରୋନା ପରୀକ୍ଷା କରାଯାଉଛି । ଏହାଛଡ଼ା ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ସପ୍ ଓ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲଗାଯାଇଛି । ଗତ ୨ ବର୍ଷ ମଧ୍ୟରେ କିଛି ସହରରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି । ଚାଙ୍ଗଚୁନ ସହ ଜାଲିନ ସିଟିରେ ଲକଡାଉନ ଲାଗୁ କରାଯାଇଛି । ସେହିପରି ସାଂଘାଇ ସହରର ବିଭିନ୍ନ ସ୍କୁଲ ଓ ଅଫିସରେ ସଂକ୍ରମଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ସଟଡାଉନ ଘୋଷଣା କରାଯାଇଛି । କହି ହେଉନି ପରିସ୍ଥିତିର ମୋଡ କେଉଁଆଡେ ଯାଉଛି ।

Show More

Related Articles

Back to top button