Breaking PLUSମୁଖ୍ୟ ଖବରରାଜନୀତି

କେବେ ହେବ ପଞ୍ଚାୟତ ନିର୍ବାଚନ ?

ନିଷ୍ପତ୍ତି ନେଇ ପାରୁ ନାହାନ୍ତି ରାଜ୍ୟ ସରକାର, ଦ୍ଵନ୍ଦ୍ଵରେ ବିରୋଧୀ

ସଂରକ୍ଷଣ ନିଷ୍ପତି ଉପରେ ନିର୍ଭର କରେ ପଞ୍ଚାୟତ ନିର୍ବାଚନ । ଦିନ ପରେ ଦିନ ଗଡୁଛି ହେଲେ ସରକାର ପଞ୍ଚାୟତ ନିର୍ବାଚନରେ କେତେ ସଂରକ୍ଷଣ ରହିବ ସେ ନେଇ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ଏପଟେ କିନ୍ତୁ ସୀମା ପୁନଃନିର୍ଦ୍ଧାରଣ ହେବ ନାହିଁ ବୋଲି କହି ସଠିକ ସମୟରେ ନିର୍ବାଚନ କରିବା ନେଇ ଗ୍ରୀନ ସିଗନାଲ୍ ଦେଇଛନ୍ତି । ଯାହାକୁ ନେଇ ଦ୍ଵନ୍ଦ୍ଵ ଉପୁଜୁଛି । ଏପଟେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୌର ନିର୍ବାଚନ ପରି ସରକାର ପଞ୍ଚାୟତ ନିର୍ବାଚନକୁ ବିଳମ୍ବ କରିବାକୁ ଗଳାବାଟ ଖୋଜୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାଚନ ନେଇ ସଂରକ୍ଷଣ କାର୍ଡ ଖୋଲୁ ନାହାନ୍ତି ସରକାର । ଠିକ ସମୟରେ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଗ୍ରୀନ ସିଙ୍ଗନାଲ ଦେଇ ଦେଲେ ହେଲେ ସଂରକ୍ଷଣ ପୂର୍ବଭଳି ବଜାୟ ରହିବ ନା ବଦଳିବ ସେ ନେଇ କିନ୍ତୁ ନିଷ୍ପତ୍ତି ନେଉନାହାନ୍ତି । ଯାହା ଫଳରେ ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବା କି ନା ସେନେଇ ଏବେ ବି ଦ୍ଵନ୍ଦ୍ଵ ଲାଗି ରହିଛି । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ସୀମା ପୁନଃନିର୍ଦ୍ଧାରଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇ ସାରିଛନ୍ତି । କିନ୍ତୁ ସଂରକ୍ଷଣ ପୂର୍ବଭଳି ବଜାୟ ରହିବ ନା ବଦଳାଯିବ ସେନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୂଚନା ଦେଇନାହାନ୍ତି । ଯାହାକୁ ନେଇ ଏବେ ଦ୍ବନ୍ଦ୍ବରେ ରାଜ୍ୟ ନିର୍ବାଚନ କମିଶନ ।

ସେପ୍ଟମ୍ବର ୧୫ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ନେଇ ରାଜ୍ୟସରକାର ଠୋସ ନିଷ୍ପତ୍ତି ନନେଇ ପାରିଲେ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ। ଏପଟେ ପଞ୍ଚାୟତରାଜ ମନ୍ତ୍ରୀ କହୁଛନ୍ତି ଖୁବଶିଘ୍ର ନିଷ୍ପତ୍ତି ନିଆଯିବ।ଏପଟେ ସଂରକ୍ଷଣ ନିଷ୍ପତ୍ତି ନେଇ ସରକାର ବିଳମ୍ବ କରିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବନି । ତେଣୁ ରାଜ୍ୟ ସରକାର ଜାଣିଶୁଣି ସଂରକ୍ଷଣ ନିଷ୍ପତ୍ତି ନେବାରେ ବିଳମ୍ବରେ କରୁଛନ୍ତି । ଗଳାବାଟ ଖୋଜୁଛନ୍ତି କେମିତି ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବେ । କାରଣ କରୋନା ପାଇଁ ବର୍ତ୍ତମାନ ସ୍ଥିତି ଠିକ ନାହିଁ । ଯେଭଳି ପୌର ନିର୍ବାଚନ ସଂରକ୍ଷଣ ନାଁରେ ଅଢ଼େଇ ବର୍ଷ ଧରି ଘୁଞ୍ଚାଇ ଚାଲିଛନ୍ତି ସେହିପରି ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ବାଟ ଖୋଜୁଛନ୍ତି ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।ଆସନ୍ତା ଫେବୃୟାରୀ ମାସରେ ଶେଷ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତରାଜ ସଦସ୍ୟଙ୍କ କାର୍ଯ୍ୟକାଳ । ସେପ୍ଟମ୍ବର ୧୫ ସୁଦ୍ଧା ଯଦି ରାଜ୍ୟସରକାର ସଂରକ୍ଷଣ ନିଷ୍ପତ୍ତି ନ ନିଅନ୍ତି, ତେବେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସୁନିଶ୍ଚିତ।

Show More

Related Articles

Back to top button