ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସହର ଅପେକ୍ଷା ଗାଁରେ ଟିକାକରଣକୁ ଗୁରୁତ୍ୱ

 ଆବଶ୍ୟକ ପଡିଲେ ମୋବାଇଲ ୟୁନିଟରେ ହେବ ଭାକ୍‌ସିନେସନ୍

ରାଜ୍ୟରେ କରୋନା ଟିକାକରଣ ଜୋରଦାର ଚାଲିଛି । ପ୍ରତିଦିନ ଅନେକ ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ଟିକା ଦିଆଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ୧ କୋଟି ୮୬ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆସାରିଲାଣି । ସେଥିମଧ୍ୟରୁ ୧ କୋଟି ୪୩ ଲକ୍ଷ ପ୍ରଥମ ଡୋଜ ଦେଇଥିବା ବେଳେ ୪୩ ଲକ୍ଷ ଲୋକ ୨ୟ ଡୋଜ୍‌ ନେଇସାରିଛନ୍ତି । ୪୬ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇ ସାରିଥିବା ବେଳେ ୭୫ ପ୍ରତିଶତ ୨ୟ ଡ଼ୋଜ ନେବା ଅବଧି ହୋଇଥିବା ଲୋକଙ୍କୁ ଦିଆସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ଗୁରୁବାର ୩ ଲକ୍ଷ ଡୋଜ କୋଭାକସିନ ଟିକା ଓଡିଶା ଆସିବାକୁ ଥିବା ବେଳେ ଏବେ ରାଜ୍ୟରେ ୧୦ ଲକ୍ଷ କୋଭିସିଲଡ଼ ଟିକା ଡୋଜ ମହଜୁଦ୍ ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଟିକାକାରଣ ଜାରି ରହିଛି । ବର୍ତ୍ତମାନ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକା ଦିଆଯାଇଛି । ଗାଁରେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଦରକାର ପଡ଼ିଲେ ଟିକାକରଣ କେନ୍ଦ୍ର ବଢ଼ିବ । ଟିକା ନେବାକୁ ଆସି ପାରୁନଥିବା ଲୋକଙ୍କୁ ଟିକା ଦେବା ଲାଗି ଦରକାର ପଡ଼ିଲେ ଅପହଞ୍ଚ ଗାଁରେ ମୋବାଇଲ ୟୁନିଟ ଦ୍ୱାରା ଟିକାକରଣ କରାଯିବ । କରୋନା ବିରୋଧରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ।

Show More

Related Articles

Back to top button