ବାଣିଜ୍ୟ

ହ୍ବାଟସ୍‌ଆପ୍‌ର ନୂଆ ପ୍ରାଇଭେସି ପଲିସିକୁ ଝଟ୍‌କା

ପ୍ରତ୍ୟାହାର ପାଇଁ ସରକାରଙ୍କ ନିର୍ଦ୍ଦେଶ

ହ୍ବାଟସଆପ୍ ତାର ନୂଆ ପ୍ରାଇଭେସି ପଲିସିକୁ ନେଇ ଲଗାତର ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ଆଇଟି ମନ୍ତ୍ରଣାଳୟ ହ୍ବାଟସ ଆପ୍ କୁ ତାର ନୂଆ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । ହ୍ବାଟସଆପ୍ ର ପଲିସି ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ହ୍ବାଟସଆପ୍ ଠାରୁ ଉତ୍ତର ମାଗିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୂଚନା ଏବଂ ଲୋକସଂପର୍କ ମନ୍ତ୍ରଣାଳୟ ହ୍ବାଟସ ଆପ୍ କୁ ତାର ନୂଆ ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସରକାର କମ୍ପାନୀକୁ ଜବାବ ଦେବାକୁ ୭ ଦିନ ଅର୍ଥାତ ମେ’ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ଏବଂ ଯଦି କୌଣସି ପ୍ରତିକ୍ରିୟା ନ ମିଳେ ତେବେ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ମେ ୧୮ ରେ ଏକ ଚିଠି ମଧ୍ୟ ପଠାଯାଇଛି । ଆଇଟି ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ହ୍ବାଟସ୍ ଆପ୍ ର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଗୋପନୀୟତା, ଡାଟା ସୁରକ୍ଷାର ମୂଲ୍ୟକୁ ଦୁର୍ବଳ କରିଥାଏ ।

ଭାରତୀୟ ନାଗରିକଙ୍କ ଅଧିକାରକୁ କ୍ଷତି ପହଞ୍ଚିଥାଏ । ହ୍ବାଟସ୍ ଆପ୍ ର ନୂଆ ପ୍ରାଇଭେସି ପଲିସି ମେ’ ୧୫ରୁ କାର୍ଯ୍ୟକାରୀ ହୋଇଯାଇଛି ।ହ୍ବାଟସ୍ ଆପ୍ କହିଛି ଯେ, ଯଦି ୟୁଜର୍ସ ପ୍ରାଇଭେସି ପଲିସିକୁ ଗ୍ରହଣ ନକରନ୍ତି, ତେବେ ଆକାଉଣ୍ଟକୁ ଡିଲିଟ କରାଯିବନାହିଁ । କିନ୍ତୁ ଧୀରେ ଧୀରେ କିଛି ଫିଚର ବନ୍ଦ କରିଦିଆଯିବ । ଅର୍ଥାତ୍ ଯେଉଁ ୟୁଜର୍ସ ପଲିସିକୁ ଗ୍ରହଣ କରିବେ ନାହିଁ, ତେବେ କମ୍ପାନୀ ସେମାନଙ୍କୁ ଲିମିଟେଡ୍ ଫନକ୍ସନାଲିଟି ମୋଡରେ ରଖିଦେବ ।ଏହାସହ ହ୍ବାଟସ୍ ଆପ୍ ଆପଣଙ୍କ ଫୋନକୁ ମେସେଜ ଏବଂ କଲ୍ ପଠାଇବା ବନ୍ଦ କରିଦେବ ଏବଂ ୟୁଜର୍ସ ତାଙ୍କ ହ୍ବାଟସ୍ ଆପ୍ ରେ ଆସୁଥିବା ମେସେଜ୍ କୁ ପଢିବା କିମ୍ବା ଉତ୍ତର ଦେଇପାରିବେ ନାହିଁ ।ଉଲ୍ଲେଖଯୋଗ୍ୟ ଯେ, ହ୍ବାଟସ୍ ଆପ୍ ୟୁଜର୍ସଙ୍କ ଆକାଉଣ୍ଟରେ ଅଡିଓ ଏବଂ ଭିଡିଓ କଲିଂକୁ ତୁରନ୍ତ ବନ୍ଦ କରାଯିବନାହିଁ । ମେ’ ୧୫ ପରେ ହ୍ବାଟସ ଆପ୍ ପ୍ରାଇଭେସି ପଲିସିକୁ ଗ୍ରହଣ କରିବାକୁ ୟୁଜର୍ସଙ୍କୁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏମିତିରେ ହ୍ବାଟସ ଆପ୍ ୟୁଜର୍ସଙ୍କୁ ମେ’ ୧୫ ପରେ ଲଗାତର ନୂଆ ପଲିସିକୁ ଗ୍ରହଣ କରିବାକୁ ନୋଟିଫିକେସନ ପଠାଯିବ । ଏହାପରେ କାର୍ଯ୍ୟକୁ ସୀମିତ କରିବା ପାଇଁ ପଦକ୍ଷେପ ନିଆଯିବ ।

Show More

Related Articles

Back to top button