ବାଣିଜ୍ୟ

୪୪ କୋଟି ଗ୍ରାହକଙ୍କୁ SBIର ବିଗ୍ ଆଲର୍ଟ

ମେ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଜରୁରୀ ସେବା

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ ଖବର। ବ୍ୟାଙ୍କର କିଛି ଜରୁରୀ ସର୍ଭିସ୍ ମେ ୨୧, ୨୨ ଓ ୨୩ ତାରିଖ ବନ୍ଦ ରହିବ। ବ୍ୟାଙ୍କ ଟ୍ଵିଟ୍ କରି ନିଜ ଗ୍ରାହକଙ୍କୁ ଏ ନେଇ ଶୁକ୍ରବାର ଆଲର୍ଟ କରିଛି। ନିଜ ଆବଶ୍ୟକ ମୁତାବକ ବ୍ୟାଙ୍କ୍ ସମ୍ବନ୍ଧିତ କାମ ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ଗ୍ରାହକଙ୍କୁ ଅପିଲ୍ କରିଛି।ଜରୁରୀ ସୂଚନା ଜାରି କରି ଏସବିଆଇ କହିଛି, ଗ୍ରାହକଙ୍କୁ ବିନା କୌଣସି ସମସ୍ୟାରେ ସେବା ଯୋଗାଇ ଦେବାକୁ ସର୍ଭିସେସ୍‌କୁ ଉନ୍ନତ କରିବ ପାଇଁ ମେଣ୍ଟନାନ୍ସ କାମ କରାଯାଉଛି।

ସେଥିପାଇଁ ମେ ୨୧ ରାତି ୧୦ଟା ୪୫ ରୁ ମେ ୨୨ ରାତି ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଏବଂ ମେ ୨୩ ରାତି ୨ଟା ୪୦ରୁ ସକାଳ ୬ଟା ୧୦ ପର୍ଯ୍ୟନ୍ତ ବ୍ୟାଙ୍କ ମେଣ୍ଟନାନ୍ସ କାମ କରିବ।ବ୍ୟାଙ୍କ କହିଛି, ଏହି ସମୟରେ ଏସବିଆଇ ଗ୍ରାହକ INB/YONO/YONO Lite/UPI ସର୍ଭିସର ବ୍ୟବହାର କରି ପାରିବେ ନାହିଁ। ଏସବିଆଇ ଦ୍ଵାରା ଦିଆଯାଇଥିବା ସୂଚନା ମୁତାବକ, ୟୁପିଆଇ ପ୍ଲାଟଫର୍ମକୁ ଆହୁରି ଉନ୍ନତ କରାଯାଉଛି। ଏହି ସମୟରେ ଗ୍ରାହକଙ୍କ ୟୁପିଆଇ ଟ୍ରାଞ୍ଜେକ୍ସନ ବନ୍ଦ ରହିବ।

Show More

Related Articles

Back to top button