ବାଣିଜ୍ୟ

ରେକର୍ଡ ମୂଲ୍ୟରୁ ୫୦୦୦ ଟଙ୍କା ଶସ୍ତା ହେଲା ସୁନା

ଦେଶରେ କରୋନା ମହାମାରୀ ପ୍ରକୋପ ଜାରି ରହିଛି। ସମସ୍ତ କଟକଣା ସତ୍ବେ ବାହା ଘର ହେଉଛି। ଏହାକୁ ନେଇ ବଜାରରେ ସୁନାର ଚାହିଦା ଲଗାତାର ବଢ଼ୁଛି

ଗୁରୁବାର ସୁନାର ଦାମ କମିଛି। ୧୫୦ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି ସୁନା। ସେହିଭଳି ରୂପା ଦାମ ମଧ୍ୟ କମିଥିବା ଜଣାପଡ଼ିଛି। ୨୫୦ ଟଙ୍କା ରୂପା ଶସ୍ତା ହୋଇଛି।ବୁଧବାର ଦେଶରେ ସୁନା ଦାମ ଖସିଥିଲା। ଲଗାତାର ଶସ୍ତା ହେବା ସହ ଏବେ ବଜାରରେ ୪୮୫୦୦ ଟଙ୍କା ପ୍ରତି ଦଶ ଗ୍ରାମରେ ସୁନା ବିକ୍ରି ହେଉଛି। ଦିଲ୍ଲୀ ସରଫା ବଜାରରେ ୨୪ କ୍ୟାରେଟ ସୁନାର ଦାମ ୫୦୮୩୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ ୪୬,୯୩୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ୨୦୨୦ ଅଗଷ୍ଟରେ ସୁନା ଦାମ ରେକର୍ଡ ସ୍ତରରେ ପହଞ୍ଚିଥିଲା।

ସେହି ସମୟରେ ସରଫା ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ଦଶ ଗ୍ରାମକୁ ୫୫,୪୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ରେକର୍ଡ ଦାମ ସହ ଆଜିର ଦର ତୁଳନା କଲେ ଏବେ ସୁଦ୍ଧା ସୁନା ଦାମ ୧୦ ଗ୍ରାମ ପ୍ରତି ୫୦୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଛି।ଦେଶରେ ରୂପା ଦାମ ମଧ୍ୟ କମିଛି। ସରଫା ବଜାରରେ ରୂପା ଶସ୍ତା ହୋଇଛି। ଦେଶରେ ଏବେ ରୂପା କିଲୋ ୭୨୦୫୦ ଟଙ୍କା ରହିଛି। କିନ୍ତୁ ରୂପାର ରେକର୍ଡ ମୂଲ୍ୟ ୭୯,୯୮୦ ଥିଲା। ଏହାର ଅର୍ଥ ରେକର୍ଡ ଦାମରୁ ରୂପା କିଲୋ ପ୍ରତି ୭୦୦୦ ଟଙ୍କା ଶସ୍ତା ହୋଇଛି। ଦେଶରେ ସୁନା ବିକ୍ରି ଉପରେ ହଲମାର୍କ ଚିହ୍ନ ରଖିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଜୁନ ପହିଲାରୁ ଦୋକାନୀ ବିନା ହଲମାର୍କରେ ସୁନା ବିକ୍ରି କରିପାରିବେ ନାହିଁ।

Show More

Related Articles

Back to top button