ସ୍ୱାସ୍ଥ୍ୟ

ଏହିସବୁ ଜିନିଷକୁ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ : ହୋଇପାରେ ଏହିସବୁ ଅସୁବିଧା

ପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଟ ହୋଇଥାଏ l ଅଧିକାଂଶ ରୋଗଠାରୁ ଦୁରେଇ ରହିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ

ପ୍ରତେକ ବ୍ୟକ୍ତିଙ୍କୁ ପ୍ରତିଦିନ ୬ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ ,ତା ଛଡା ଆପଣ ଯେତେ ପାଣି ପିଇପାରିବେ ଆରମ୍ ରେ ପିଅନ୍ତୁ l ପାଣି ଆପଣଙ୍କ ଖାଦ୍ୟକୁ ନେଇ ଆବଶ୍ୟକ ହୋଇଥାଏ l

କିନ୍ତୁ କଣ ଆପଣ ଜାଣିଛନ୍ତି କିଛିଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ l

* ତରଭୁଜ କିମ୍ବା ଖରଭୁଜ ଖାଇବା ପରେ –

ଏହି ୨ଟି ଫଳକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଏହି ୨ଟି ଫଳରେ ପାଣି ପ୍ରଚୁର ରହିଥାଏ l ଯଦି ଆପଣ ଏହାକୁ ଖାଇବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଆମାଶୟ ରେ ଅସୁବିଧା ହୋଇପାରେ l ତା ସହିତ ଏସିଡ଼ିଟି ,ବାନ୍ତି ,ଛାତି ଜ୍ବଳନ ସମସ୍ୟା ଦେଖାଦେଇ ପାରେ l

* ଭଜା ବୁଟ ଓ ବାଦାମ ଖାଇବା ପରେ –

ଚଣା ,ବୁଟ ଓ ବାଦାମ ଭଜା ଖାଇବା ପରେ ପାଣି ପିଇବା ଉଚିତ ନୁହେଁ l କାରଣ ଏହିସବୁ ଜିନିଷକୁ ହଜମ କରିବା ପାଇଁ ଆମ ଶରୀରରେ ଥିବା ପାଚକାଗ୍ନି ଓ ଜଠରାଗ୍ନି ସାହାଯ୍ୟ କରିଥାଏ l ଯେବେକି ପାଣି ପିଇବା ଦ୍ୱାରା ଏହି ଅଗ୍ନି ଶାନ୍ତ ହୋଇଯାଏ l ଯାହାଦ୍ୱାରା ଏହିସବୁ ଜିନିଷ ଠିକ ରେ ହଜମ ହୋଇପାରେ ନାହିଁ ଯାହାଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ l

* ଉଷୁମ କ୍ଷୀର ଓ ଚା ପିଇବା ପରେ –

ଗବେଷଣା ରୁ ଜଣା ପଡିଛି ଯେ ଗରମ ପାନୀୟ ପିଇବା ପରେ ପାଣି ପିଇବା ଉଚିତ ନୁହେଁ l ଏହାଦ୍ୱାରା ନାକରୁ ରକ୍ତ ପଡିଥାଏ l

* ଗରମ ଖାଦ୍ୟ ଖାଇବା ପରେ –

ଏମିତି ରେ କୁହାଯାଏ ଭୋଜନ କରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଏହା ମଧ୍ୟ ସତ୍ୟ ଯେ ଗରମ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ କାରଣ ଏହାଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ l ତେଣୁକରି ଖାଇବାର ୩୦ ମିନିଟ ପରେ ପାଣି ପିଇବା ଜରୁରୀ ଅଟେ l

Show More

Related Articles

Back to top button