ସ୍ୱାସ୍ଥ୍ୟ

ସକାଳ ସମୟରେ ଶୀଘ୍ର ଉଠନ୍ତୁ : ଫୁସଫୁସ ଓ ହୃତ୍ପିଣ୍ଡକୁ ସୁସ୍ଥ ରଖନ୍ତୁ

ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବାର ଅଭ୍ୟାସ ରଖି ଥାଆନ୍ତି l ଆମେ ସମସ୍ତେ ଏହାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ମଧ୍ୟ ଜାଣିଛୁ l କିନ୍ତୁ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ବେଳେବେଳେ ଶୀଘ୍ର ଉଠିବା ଆମ ପକ୍ଷରେ ସହଜ ହୋଇନଥାଏ

ଯଦି ଆମେ ଶୀଘ୍ର ଶଯ୍ୟା ତ୍ୟାଗ କରିଥାଉ ତେବେ ମନ ମଧ୍ୟ ସୁସ୍ଥ ଲାଗିଥାଏ l କେବଳ ଏତିକି ନୁହେଁ ଯଦି ଆପଣ ଶୀଘ୍ର ଉଠି ଯାଉଛନ୍ତି ତେବେ ଅନେକ ରୋଗ ମଧ୍ୟ ଆପଣ ମାନଙ୍କ ନିକଟରୁ ଦୁରେଇ ଯାଇଥାଏ l

ସକାଳୁ ଉଠିବାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଆସନ୍ତୁ ଜାଣିବା-

* ଶୀଘ୍ର ଉଠିବା ଦ୍ୱାରା ଅବସାଦ ଦୂର ହୁଏ –

ଯଦି ଆପଣ ସୂର୍ଯ୍ୟୋଦୟ ହେବା ମାତ୍ରକେ ଉଠି ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ l ଆୟୁର୍ବେଦ ଅନୁସାରେ ଠିକ ସମୟରେ ଶୋଇବା ଓ ଠିକ ସମୟରେ ଉଠିବା ହେଉଛି ରୋଗ ଠାରୁ ଦୁରେଇ ରହିବା l ଆମେ ଡେରିରେ ଉଠିବା ଦ୍ୱାରା ଆମ ମସ୍ତିସ୍କ ଉପରେ ଏହାର ପ୍ରଭାବ ପଡିଥାଏ ଓ ଫଳ ସ୍ୱରୂପ ଆମେ ଅବସାଦ ଗ୍ରସ୍ତ ହୋଇଥାଉ l ସୂର୍ଯ୍ୟୋଦୟ ଦେଖିବା ଦ୍ୱାରା ମାନସିକ ଚାପ ଦୁରେଇ ଯାଏ l ଏହା ଆମକୁ ସାରା ଦିନ ସକାରାତ୍ମକ ଭାବନା ଦେଇଥାଏ l

* ମୋଟାପଣ ରୁ ମିଳିବ ମୁକ୍ତି –

ଅଧିକାଂଶ ଲୋକ ଙ୍କ ପକ୍ଷରେ ବ୍ୟାୟାମ କରିବା ସମ୍ଭବ ହୋଇ ନଥାଏ l କିନ୍ତୁ ଆପଣ ଯଦି ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିବେ ଏହା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ସ୍ଥିତି ପକାଇବ l ଏହା ସହିତ ଆପଣଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ହୃଦୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ –

ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନ ଚର୍ଯ୍ୟା ଯୋଗୁଁ ହୃଦୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଯାଉଛି l ସକାଳ ପରିବେଶ ମଣିଷକୁ ସୁସ୍ଥ ରଖିବା ସହିତ ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଯେଉଁ ବ୍ୟକ୍ତି ମାନେ ସକାଳୁ ଶୀଘ୍ର ଉଠି ବ୍ୟାୟାମ କରି ଥାଆନ୍ତି ସେମାନଙ୍କ ନିକଟରେ ହୃଦୟ ସମ୍ବନ୍ଧୀୟ ସମସ୍ୟା କମ ରହିଥାଏ l

* ଫୁସଫୁସ ରହିବ ସୁସ୍ଥ –

ସକାଳର ଜଳବାୟୁ ଅଧିକ ଶୁଦ୍ଧ ହୋଇଥାଏ l ଡାକ୍ତର ମାନେ ମଧ୍ୟ ମତ ଦେଇଛନ୍ତି ସକାଳର ଜଳବାୟୁ ପ୍ରତେକ ଆୟୁର ଲୋକ ମାନଙ୍କ ପାଇଁ ହିତକର ଅଟେ l ସକାଳ ସମୟରେ ଅଧିକ ଅକ୍ସିଜେନ ମିଳିଥାଏ l ଏହି ବାୟୁ ଆମ ଫୁସଫୁସ ର ସମସ୍ତ ସମସ୍ୟାକୁ ଦୂର କରେ l

Show More

Related Articles

Back to top button