ସ୍ୱାସ୍ଥ୍ୟ

ଗବେଷଣାରୁ ଜଣାପଡିଛି : ଲେମନ ଟି ର ସ୍ୱାସ୍ଥ୍ୟଗତ ଲାଭ

ଜାଣନ୍ତୁ କଣ ରହିଛି

ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ l ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଶରୀରକୁ ଦେଇଥାଏ ଅଦ୍ଭୁତ ଲାଭ l ଆପଣ ହୁଏତ ଜାଣି ନଥିବେ ଲେମନ ଟି ସେବନ କରିବାର ଅର୍ଥ ହେଉଛି ଏହା ଏକ ଅଣ୍ଟିବ୍ୟାକ୍ଟେରିଆଲ ପାନୀୟ l NCBI ଦ୍ୱରା ସୂଚିତ କରାଯାଇଛି ଯେ ଏଥିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ l ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ l

*ବର୍ତମାନ ସମୟରେ ଶରୀରର ଇମ୍ୟୁନିଟି ର ଖୁବ ଆବଶ୍ୟକ ରହିଛି l ସେଥିପାଇଁ ଲେମ୍ବୁ ଚା ଗୋଟିଏ ଭଲ ମାଧ୍ୟମ ଅଟେ l ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି l ଆପଣ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଲେମ୍ବୁ ଚା ପିଅନ୍ତୁ l

* ଲେମ୍ବୁ ଚା ଆପଣଙ୍କ ହୃତ୍ପିଣ୍ଡ ପାଇଁ ଖୁବ ହିତକର l କାରଣ ଏଥିରେ ଫ୍ଲେବୋନଏଡ ନାମକ ତତ୍ୱ ରହିଛି ,ଯାହା ଧମନୀ ଗୁଡିକୁ ସୁସ୍ଥ ରଖିଥାଏ l ଏହାଦ୍ୱାରା ଆପଣଙ୍କୁ ହୃଦଘାତ ସମସ୍ୟା ଠାରୁ ମଧ୍ୟ ଦୁରେଇ ରଖିଥାଏ l ଯଦି ଆପଣ ହୃତ୍ପିଣ୍ଡ ସମ୍ବନ୍ଧୀୟ ସମସ୍ୟା ରେ ପୀଡିତ ଅଛନ୍ତି ତେବେ ଆଜିଠୁ ଲେମ୍ବୁ ଚା ପିଇବା ଆରମ୍ଭ କରି ଦିଅନ୍ତୁ l

* ଲେମନଟି ରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି l ଏହା ସହିତ ଏଥିରେ ପୋଲି ଫେନଲ ଓ ଭିଟାମିନ ସି ରହିଛି ,ଯେଉଁ କାରଣରୁ ଏହା ଶରୀରରେ କ୍ୟାନ୍ସର ସେଲ୍କୁ ହେବାକୁ ଅଟକାଇ ଥାଏ l

* NCBI ର ଗୋଟିଏ ଗବେଷଣା ଦ୍ୱାରା ଲେମ୍ବୁରେ ଶରୀରକୁ ଡିଟକ୍ସ କରିବାର ଗୁଣ ରହିଛି l ତା ସହିତ ଏହାକୁ ଲୋ କ୍ୟାଲୋରୀ ଯୁକ୍ତ ବୋଲି ଗ୍ରହଣ କରାଯାଇଛି l ତେଣୁ ଲେମନ ଟି ଓଜନ ନିୟନ୍ତ୍ରଣ କରିଥାଏ l

* ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଲେମ୍ବୁ ଚା l ଏହାକୁ ନିୟମିତ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ l ଯଦି ଆପଣ ପ୍ରତିଦିନ ଲେମ୍ବୁ ଚା ପିଇବେ ତେବେ ଗ୍ୟାସ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହେବ l

Show More

Related Articles

Back to top button