ସ୍ୱାସ୍ଥ୍ୟ

ଗବେଷକ ମାନଙ୍କ ମତରେ : ରକ୍ତରେ ଅକ୍ସିଜେନ ସ୍ତରକୁ ଠିକ ରଖିବା ପାଇଁ ଏହିସବୁ ଖାଦ୍ୟକୁ ଗ୍ରହଣ କରନ୍ତୁ

କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନ ର କମି ଦେଖିବାକୁ ମିଳୁଛି

ବର୍ତମାନ ଗବେଷକ ମାନେ ଏଭଳି ଗବେଷଣା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଖାଦ୍ୟ ମାଧ୍ୟମରେ ରକ୍ତରେ ଅକ୍ସିଜେନ ସ୍ତର ଠିକ ରଖାଯାଇ ପାରିବ l ବିଶେଷଜ୍ଞ ମାନଙ୍କ ଅନୁସାରେ ଏହି ପରିସ୍ଥିତି ରେ ଅକ୍ସିଜେନ ଯୁକ୍ତ ଖାଦ୍ୟ ଖାଇବା ହେଉଛି ଗୋଟିଏ ବିକଳ୍ପ l

ଯଦି ଆପଣ ନିଜ ରକ୍ତରେ ଅକ୍ସିଜେନ ସ୍ତର ବଢାଇବା ପାଇଁ କିଛି ଖାଦ୍ୟ ରେ ଆପଣ ୮୦ ପ୍ରତିଶତ ଅଲ୍କାଲାଇନ୍ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଆବଶ୍ୟକ l ଏହା ଆପଣଙ୍କ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ l ଗବେଷକ ମାନଙ୍କ ମତରେ ଏହିସବୁ ଖାଦ୍ୟରୁ ଅକ୍ସିଜେନ ପାଇବା କାରଣରୁ ଆପଣ ଆଗ ଅପେକ୍ଷା ଅଧିକ ସତେଜ ଅନୁଭବ କରିବେ l

* ଅଲ୍କଲାଇନ୍ ଯୁକ୍ତ ଖାଦ୍ୟ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ l ଲେକଟିକ ଏସିଡ ର ନିର୍ମାଣ ହେବାକୁ ଅଟକାଇ ଥାଏ l ଶରୀରରେ ପିଏଚ ସ୍ତରକୁ ସାମାନ୍ୟ ରଖିଥାଏ l

* ନାସପାତି ,ସପୁରି ଓ କିସମିସ – ଏହିସବୁ ଖାଦ୍ୟକୁ ଖାଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ l ଏହି ସମସ୍ତ ଖାଦ୍ୟର ପିଏଚ ସ୍ତର ୮.୫ ଅଟେ l ଏହା ସହିତ ଭିଟାମିନ ଏ ,ବି ଓ ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମିଳିଥାଏ l ତା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l

* ଲେମ୍ବୁ – ଲେମ୍ବୁ ଅକ୍ସିଜେନ ଯୁକ୍ତ ଭୋଜନ ମାନଙ୍କ ମଧ୍ୟରୁ ଗୋଟିଏ l ଖାସ କରି ଏହା ଅମ୍ଳଯୁକ୍ତ ହୋଇଥାଏ l କିନ୍ତୁ ଏହା ଶରୀରକୁ ଯିବା ମାତ୍ରକେ ଅଲ୍କାଲାଇନ୍ ରେ ପରିଣତ ହୋଇଯାଏ l କାଶ ,ଥଣ୍ଡା ,ସର୍ଦି ,ଛାତି ଜ୍ବଳନ ସମସ୍ୟା ପାଇଁ ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ l ଲିଭର ପାଇଁ ମଧ୍ୟ ଗୋଟିଏ ଭଲ ଟନିକ ଅଟେ l

* ତରଭୁଜ – ଆମେ ମାନେ ସମସ୍ତେ ତରଭୁଜ ଖାଇଥିଲେ ମଧ୍ୟ ଜାଣି ନଥାଉ ଯେ ଏଥିରେ ଅକ୍ସିଜେନ ସ୍ତର ଠିକ ହୋଇଥାଏ ବୋଲି l ଏହି ଫଳ ୯ ପିଏଚ ଯୁକ୍ତ ସବୁଠୁ ଅଧିକ ଅଲ୍କାଲାଇନ୍ ଯୁକ୍ତ ଫଳ ଅଟେ l ଏଥିରେ ଥିବା ଫାଇବର ଓ ପାଣି ଅଂଶ ହାଲୁକା ମୂତ୍ର ବର୍ଧକ ଭାବରେ କାମ କରିଥାଏ l ଏଥିରେ ବିଟା କେରୋଟିନ ଓ ଭିଟାମିନ ସି ରହିଥିବା କାରଣରୁ ହିତକର l ଏହା କୋଲନ କୁ ସଫା ରଖିଥାଏ l

* ଅମୃତ ଭଣ୍ଡା ଓ ଆମ୍ବ – ଅମୃତଭଣ୍ଡା ଓ ଆମ୍ବର ପିଏଚ ଭାଲ୍ୟୁ ୮ .୫ ଅଟେ l ଏହି ଦୁଇଟି ଫଳ କିଡ୍ନୀ କୁ ସଫା ରଖି ଥାଆନ୍ତି l ଅମୃତଭଣ୍ଡା ଅନ୍ତ କୁ ସଫା ରଖିଥାଏ ଓ ମଳ ତ୍ୟାଗକୁ ନିୟନ୍ତ୍ରିତ ରଖିଥାଏ l ରକ୍ତରେ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button