ଜୀବନଚର୍ଯ୍ୟା

ଏହିଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ

ଗରୁଡ ପୁରାଣକୁ ସନାତନ ଧର୍ମର ମହାପୁରାଣ କୁହାଯାଏ l ଏହି ମହାପୁରାଣରେ ଭଗବାନ ନାରାୟଣଙ୍କ ଭକ୍ତିର ବିସ୍ତାର ବର୍ଣ୍ଣନା କରାଯାଇଛି l ଗରୁଡ ପୁରାଣରେ ଗୋଟିଏ ପରେ ମୃତ୍ୟୁର ରହସ୍ୟ ରହିଥିବା ବେଳେ ଅନ୍ୟ ପଟରେ ଭକ୍ତି ,ଜ୍ଞାନ ,ବୈରାଗ୍ୟ ,ତପ ,ଦାନ ଓ ମହତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି

ଗରୁଡ ପୁରାଣରେ କିଛି ଏପରି ରହସ୍ୟ ରହିଛି ଯାହା ଦ୍ୱାରା ଲୋକମାନଙ୍କର ଦୈନଦିନ ଜୀବନ ମଧ୍ୟ ସୁନ୍ଦର ଓ ଚିନ୍ତା ଶୂନ୍ୟ ହୋଇଥାଏ l ଧର୍ମ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯାଇ ସୁଖ ସମୃଧିରେ ଜୀବନ ଅତିବାହିତ କରାଯାଇ ପାରିବ ସେ ବିଷୟରେ ଦର୍ଶା ଯାଇଛି l

* ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯେଉଁ ଲୋକମାନେ ଅତ୍ୟନ୍ତ ଅଳସୁଆ ଶୋଭାବର ,ସୂର୍ଯ୍ୟ ଅସ୍ତ ସମୟରେ ଶଯ୍ୟାତ୍ୟାଗ କରି ନଥାନ୍ତି ,ଯେଉଁମାନେ ପର ଆଲୋଚନାରେ ବୁଡି ରୁହନ୍ତି ଏଭଳି ବ୍ୟକ୍ତିଙ୍କ ପାଖରେ ଅର୍ଥ ହାନି ଦେଖା ଯାଇଥାଏ l ଅର୍ଥାତ ଏମାନେ ଆର୍ଥିକ ଅନାଟନ ଭିତରେ ସମୟ ଅତିବାହିତ କରିଥାନ୍ତି l

* ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କର ବଚନରେ ମଧୁରତା ନଥାଏ ଓ ସବୁବେଳେ ଅନ୍ୟ ମାନଙ୍କ ସହିତ କଠୋରତା ଦେଖାଇ ବ୍ୟବହାର ଖରାପ କରି ଥାନ୍ତି ସେମାନଙ୍କ ନିକଟରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ଏବଂ ନାରାୟଣଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୁଏ ନାହିଁ l ଗରୁଡ ପୁରାଣରେ କୁହାଯାଇଛି ସବୁବେଳେ ବଚନରେ ମଧୁରତା ରଖିବା ଆବଶ୍ୟକ l

* ଯେଉଁ ଘରେ ସବୁବେଳେ ଛୋଟ ଛୋଟ କଥାକୁ ନେଇ କଳହ ଦେଖା ଦେଇଥାଏ ଓ ଜଣେ ଆଉଜଣଙ୍କ ସମ୍ମାନ କରି ନଥାଏ ସେଭଳି ଘରେ ଯେତେ ରୋଜଗାର କଲେ ମଧ୍ୟ ଅର୍ଥ ଅଭାବର ସଙ୍କଟ ଦେଖାଯାଏ l

* ଯେଉଁ ବ୍ୟକ୍ତି ମାନଙ୍କର ମସ୍ତିସ୍କ ଓ ମନ ସବୁବେଳେ ଖାଦ୍ୟପଦାର୍ଥ ବିଷୟରେ ଚିନ୍ତାରେ ରହିଥାନ୍ତି ଓ ଖାଇବା ବିଷୟରେ ସବୁବେଳେ ବିଚାର କରି ଥାନ୍ତି ସେଭଳି ବ୍ୟକ୍ତିଙ୍କ ପାଖରେ କେବେବି ଧନ ରୁହେ ନାହିଁ l କାରଣ ଜୀବନ ହେଉଛି କର୍ମ କରିବା ପାଇଁ ତେଣୁ ତାହାକୁ କର୍ମରେ ଲଗାଇବା ଆବଶ୍ୟକ l

Show More

Related Articles

Back to top button