ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଶୁଭକାର୍ଯ୍ୟକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇବା ପଛରେ କଣ ରହିଛି ବୈଜ୍ଞାନିକ କାରଣ

ପରୀକ୍ଷା ହେଉ କିମ୍ବା ଇଣ୍ଟରଭ୍ୟୁ , ଯେକୌଣସି ଶୁଭକାର୍ଯ୍ୟକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇଥାନ୍ତି । କୁହାଯାଏ ଦହି ଓ ଚିନି ଖାଇବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।ତେବେ ଅନେକ ମସୟରେ ମନରେ ପ୍ରଶ୍ନ ଆସେ ଏହି ଦହିଚିନି ଖାଇବା ପଛରେ ଏପରି କଣ କାରଣ ଥାଏ । ଯାହା କି କୌଣସି ଏକ ଶୁଭ କାର୍ଯ୍ୟକୁ ଯିବା ପୂର୍ବରୁ କରାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଜି ଏହି ଦହି ଚିନି ଖାଇବା ପଛର ବୈଜ୍ଞାନିକ କାରଣ କଣ ରହିଛି ।

ଦହିଚିନି ଖାଇବାର ବୈଜ୍ଞାନିକ କାରଣ:

କୌଣସି କାର୍ଯ୍ୟକୁ ଯିବା ପୂର୍ବରୁ ଦହିଚିନି ଖାଇବା କିମ୍ବା ଦହିକୁ ମଥାରେ ଲଗାଇବାର ବୈଜ୍ଞାନିକ କାରଣ ରହିଛି । ବିଶେଷଜ୍ଞମାନଙ୍କ ମତରେ ଦହି ଖାଇବା ଦ୍ୱାରା ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏଥିସହିତ ନ୍ୟାଚୁରାଲ ଲୋକ୍ସେଟିଭ୍ ଆର୍ଥାତ ଖାଦ୍ୟକୁ ନରମ କରିଥାଏ । ତେବେ ଦହିରେ କାଲସିୟମ୍, ଭିଟାମିନ୍ ବି-୨, ବି-୧୨, ପୋଟାସିୟମ୍ ମାଗ୍ନେସିୟମ ପରି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ସ ଏବଂ ମିନେରାଲ ଭରପପୁର ମାତ୍ରାରେ ରହିଥାଏ । ଯାହାକି ଆପଣଙ୍କୁ ସତେଜ ରଖିଥାଏ ।

ସେହିପରି ଚିନିରେ କାର୍ବୋହାଇଡ୍ରେଟ୍ ରହିଥାଏ ଯାହାକି ରକ୍ତରେ ଅମ୍ଳଜାନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ ମସ୍ତଷ୍କରେ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଏହା ଆମ ସ୍ମରଣ ଶକ୍ତିରୁ ବଢାଇଥାଏ ।

ସେହିପରି ଦହି ସେବନ ଦ୍ୱାରା ଏହା ଶିତଳତା ପ୍ରଦାନ କରିଥାଏ । ତେଣୁ ବୈଜ୍ଞାନିକମାନଙ୍କ ମତରେ ଦହି ଚିନି ଖାଇବା ଦ୍ୱାରା ବିଦ୍ୟାର୍ଥିମାନେ ସେମାନଙ୍କ ପରିକ୍ଷା କିମ୍ବା ଇଣ୍ଟରଭିୟୁ ସଠିକ୍ ଭାବରେ ଦେଇପାରିଥାନ୍ତି ।

Show More

Related Articles

Back to top button