ଓଡ଼ିଶାସ୍ୱାସ୍ଥ୍ୟ

ଅବଧି ପରେ ମଧ୍ୟ ରାଜ୍ୟରେ ଜାରି ରହିବ ମାଗଣା ବୁଷ୍ଟର ଡୋଜ

ଅବଧି ପରେ ମଧ୍ୟ ରାଜ୍ୟରେ ଜାରି ରହିବ ମାଗଣା ବୁଷ୍ଟର ଡୋଜ । ଜୁଲାଇ ୧୫ରୁ ଏହି ମାଗଣା ଟିକା କରଣ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ମଧ୍ୟ ଏହି ବୁଷ୍ଟର ଟୀକାକରଣ ଆଗକୁ ଜାରୀ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ଦେଶନାମା ନଆସିବ ପର୍ୟ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ରାଜ୍ୟରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜର ଟୀକାକରଣ ସରିଛି । ଏହି ଟୀକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ୟ୍ୟ କରାଯାଇଥିଲା ତାର ୩୮ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି ।

 

Show More

Related Articles

Back to top button