ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଓଜନ କମାଇବା ସହ ଇମ୍ୟୁନିଟି ବଢ଼ାଇଥାଏ ଗାଈର ଘିଅ

ଆସନ୍ତୁ ଜାଣିବା କିପରି ବ୍ୟବହାର କରିବେ?

ଭାରତରେ ପ୍ରାୟ ସମସ୍ତ ପରିବାରରେ ଶୁଦ୍ଧ ଗାଈଘିଅ ବ୍ୟବହାର କରାଯାଇଥାଏ l ଅଧିକାଂଶ ଲୋକ ଗାଈଘିଅର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରିଥାନ୍ତି l କିନ୍ତୁ ଅଧିକାଂଶ ଲୋକ ଏହାର ବ୍ୟବହାର ଶୀତଦିନରେ ବହୁଳ ପରିମାଣରେ କରିଥାନ୍ତି l ଅଧିକାଂଶ ଲୋକଙ୍କର ଭୁଲ ଧାରଣା ରହିଛି ଯେ ଗାଈଘିଅ ଶରୀରରେ ଚର୍ବି ବଢ଼ାଇଥାଏ l ସେଥିପାଇଁ ପ୍ରାୟ ସମସ୍ତେ ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ଖୁବ କମ ବ୍ୟବହାର କରିଥାନ୍ତି l କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ ଅଟେ ,ଗାଈଘିଅ ଶରୀରକୁ ମଝବୁତ କରିବା ସହିତ ଶରୀରରେ ଅତିରିକ୍ତ ଚର୍ବିକୁ ନିର୍ମାଣ କରିବାକୁ ଅଟକାଇଥାଏ l

ଗାଈଘିଅର ଅଲିଭଅଏଲେ ଓ ନଡ଼ିଆ ତେଲ ଭଳି ସ୍ୱାସ୍ଥ୍ୟକର ଫ୍ୟାଟ ମିଳିଥାଏ l ଯାହାକୁ ସେବନ କରିବା ଦ୍ୱାରା ଶରୀରରେ ଅତିରିକ୍ତ ଫ୍ୟାଟ ଜମା ହୋଇ ନଥାଏ l ଗାଈଘିଅର ଥିବା ଭିଟାମିନ ଓ ଓ଼ମେଗ- ଥ୍ରୀ ଫ୍ୟାଟି ଏସିଡ ଶରୀରରେ ଥିବା ଫ୍ୟାଟକୁ କମ କରିବାରେ ସାହାଯ୍ୟ କରିଥାଏ l ଯାହା ଦ୍ୱାରା ବଢୁଥିବା ଓଜନକୁ କମ କରିବାରେ ସାହାଯ୍ୟ ମିଳିଥାଏ l ଡାଏଟିସିୟାନ ମାନେ କହିଛନ୍ତି ଯେ ଗାଈଘିଅର ଥିବା ଏମିନୋ ଏସିଡ଼ି ଦୀର୍ଘ ସମୟରୁ ଜମା ହୋଇଥିବା ଫ୍ୟାଟକୁ ନଷ୍ଟ କରିଥାଏ l

ଗାଈଘିଅ ଆଣ୍ଠୁଗଣ୍ଠି ରୋଗ ,ଖାଦ୍ୟ ହଜମ କରିବା ,ଏଲର୍ଜୀରୁ ଦୁରେଇ ରଖିବା ଓ ହାଡ଼କୁ ମଝବୁତ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ l ଗାଈଘିଅରେ DHA ଭରପୁର ମାତ୍ରାରେ ରହିଥାଏ l ତାସାହିତ ଏଥିରେ ଆଣ୍ଟିଫଙ୍ଗlଲ,ଆଣ୍ଟିଆକ୍ସିଡେଣ୍ଟ ଓ ଅଣ୍ଟିବ୍ୟାକ୍ଟେରିଆଲ ଗୁଣ ମଧ୍ୟ ମହଜୂତ ରହିଥାଏ l ଯାହା ଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ଅନେକ ଗୁଣରେ ବଢିଯାଏ l

ଶରୀରକୁ ମଝବୁତ ରଖିବା ଓ ମୋଟା ପଣକୁ କମ କରିବା ପାଇଁ ଦିନକୁ ତିନିଥର ଗାଈଘିଅ ବ୍ୟବହାର କରିବା ଆବଶ୍ୟକ l ସକାଳୁ ଗାଈ କ୍ଷୀରରେ ଏକ ଚାମଚ ଓ ଦ୍ୱିପ୍ରହର ଖାଦ୍ୟରେ ଗାଈଘିଅ ଏକ ଚାମଚ ବ୍ୟବହାର କରିବା ଅତ୍ୟନ୍ତ ଲାଭ ଦାୟକ ଅଟେ l ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ଗାଈଘିଅ ଏକ ଚାମଚ ସେବନ କଲେ ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ l ଯେପରି କି ନିଦ ଭଲ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢିବା ,ପେଟ ସମ୍ବଧୀୟ ରୋଗରୁ ରକ୍ଷା ପାଇବା ,ହୃଦୟ ସମ୍ବଧୀୟ ରୋଗରୁ ରକ୍ଷା ପାଇବା ଇତ୍ୟାଦି ସବୁ ରୋଗଠାରୁ ଆମକୁ ଦୁରେଇ ରଖିଥାଏ l

Show More

Related Articles

Back to top button