ଜୀବନଚର୍ଯ୍ୟା

ଆପଣ ଏପରି ସ୍ୱପ୍ନ ଦେଖୁଛନ୍ତି କି?

ତେବେ ଖୁବ ଶୀଘ୍ର ହୋଇପାରେ ଧନ ପ୍ରାପ୍ତି

ସ୍ୱପ୍ନ ଶାସ୍ତ୍ର ଦ୍ୱାରା ଏହା ମାନ୍ୟତା ରହିଛି ଯେ ସ୍ୱପ୍ନ ଦ୍ୱାରା ଜୀବନ ପ୍ରଭାବିତ ହୋଇଥାଏ l କୁହାଯାଏ ଯେ ସ୍ୱପ୍ନ ଆମର ଭବିଷ୍ୟତ ପରିସ୍ଥିତି ଉପରେ ପ୍ରଭାବ ପକାଇବା ପାଇଁ ସକ୍ଷମ ହୋଇଥାଏ l ସେଥିପାଇଁ ଲୋକମାନେ ସ୍ଵପ୍ଣଶାସ୍ତ୍ରରେ କୁହାଯାଇଥିବା ତର୍କ ଉପରେ ବିଶ୍ୱାସ କରନ୍ତି l ସ୍ଵପ୍ଣଶାସ୍ତ୍ରରେ ଏହିପରି କିଛି ସ୍ୱପ୍ନ ବିଷୟରେ ଉଲେଖ କରାଯାଇଛି ଯାହାର ମାଧ୍ୟମରେ ଧନଲାଭ ଯୋଗ ପାଇପାରନ୍ତି l କୁହାଯାଏ ଯେ ଏହି ପ୍ରକାରର ସ୍ୱପ୍ନ ଧନଧାନ୍ୟରେ ବୃଦ୍ଧି କରାଇବା ପାଇଁ ସହାୟକ ହୋଇଥାଏ l ଆସନ୍ତୁ ଜାଣିବା ଆଜି ସେହିପରି କିଛି ସ୍ୱପ୍ନ ବିଷୟରେ l

* ସ୍ୱପ୍ନରେ ଚାନ୍ଦିର ମୁଦ୍ରା ଦେଖିବା -କୁହାଯାଏ ଯେ ସ୍ୱପ୍ନରେ ଚାନ୍ଦିର ମୁଦ୍ରା ଦେଖିବା ଶୁଭ ହୋଇଥାଏ l କୁହାଯାଏ ଯେ ଏହି ପ୍ରକାର ସ୍ୱପ୍ନ ଦେଖିବା ଦ୍ୱାରା ଧନ ଆସିବାର ଯୋଗ ବଢ଼ିଯାଇଥାଏ l ସ୍ୱପ୍ନ ଶାସ୍ତ୍ରର ଗବେଷକ ମାନେ କୁହନ୍ତି ଯେ ଏହି ପ୍ରକାର ସ୍ୱପ୍ନ ଘରକୁ ଶୁଭ ଖବର ନେଇ ଆସିଥାଏ l ସେଥିପାଇଁ ଏହି ପ୍ରକାର ସ୍ୱପ୍ନକୁ ସବୁ ଦିଗରୁ ଶୁଭ ବୋଲି ଗଣାଯାଏ l

* ସ୍ୱପ୍ନରେ ଲାଲ ରଙ୍ଗର ଫୁଲ ଦେଖିବା -ସ୍ଵପ୍ଣଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଲାଲ ରଙ୍ଗର ଫୁଲ ଦେଖିବା ଶୁଭ ଅଟେ l କୁହାଯାଏ ଯେ ଲାଲ ରଙ୍ଗର ଫୁଲ ଦେଖିବାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ ଅଛନ୍ତି ଓ ଆପଣଙ୍କ ପରିବାର ଉପରେ ତାଙ୍କ କୃପା ଖୁବ ଶୀଘ୍ର ବରଷିବ l

* ସ୍ୱପ୍ନରେ ପାଣି ମାଠିଆ ଦେଖିବା – ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପାଣି ଭର୍ତି ମାଠିଆ ଦେଖନ୍ତି ,ଏହି ସ୍ୱପ୍ନର ପ୍ରଭାବରେ ଘରକୁ ଧନ ଆସିବାର ଯୋଗ ଖୋଲି ଯାଇଥାଏ l କୁହାଯାଏ ଯେ ଏହି ସ୍ୱପ୍ନ ଦେଖିବା ଦ୍ୱାରା ଏହାର ପ୍ରଭାବ ଖୁବ ଶୀଘ୍ର ପରିବାର ଉପରେ ପଡିଥାଏ l ଯାହା ଦ୍ୱାରା ପରିବାରର ଆର୍ଥିକ ସ୍ଥିତି ସୁଧୁରି ଯାଏ କିନ୍ତୁ ଯଦି ଏହି ସ୍ୱପ୍ନକୁ ଆପଣ କାହା ଆଗରେ କହି ଦିଅନ୍ତି ଏହାର ପ୍ରଭାବ ରହି ନଥାଏ l

* ସ୍ୱପ୍ନରେ ସ୍ତ୍ରୀକୁ ସବୁଜ ରଙ୍ଗର ଓଢଣିରେ ଦେଖିବା -ଯଦି ଆପଣଙ୍କ ସ୍ୱପ୍ନରେ ଆପଣ କୌଣସି ସ୍ତ୍ରୀ ଲୋକଙ୍କୁ ସବୁଜ ରଙ୍ଗର ଓଢଣୀ ଘୋଡେଇ ହେବ ଦେଖିଥିବେ ତେବେ ଏହା ଆପଣଙ୍କୁ ଅତିଶୀଘ୍ର ଧନ ପ୍ରାପ୍ତିର ସଂକେତ ଦେଉଛି ବୋଲି ଜାଣିବେ l ଏହି ପ୍ରକାର ସ୍ୱପ୍ନ ଦେଖିଲେ ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ସିନ୍ଦୁର ଓ ଲାଲ ଶଙ୍ଖା ଅର୍ପଣ କରନ୍ତୁ l

Show More

Related Articles

Back to top button