ସ୍ୱାସ୍ଥ୍ୟ

ଆପଣ ପ୍ରତିଦିନ ଖାଦ୍ୟରେ ମଇଦା ବ୍ୟବହାର କରୁଛନ୍ତି କି?

ହୋଇଯାଆନ୍ତୁ ସାବଧାନ!

ମଇଦା କିମ୍ବା ରିଫାଇଣ୍ଡ ଅଟା ସାଧାରଣତଃ ଅଧିକ ଭାବରେ ବ୍ୟବହାର କରାଯାଇ ଥାଏ l ପ୍ରତେକଦିନ କିଛି ଏପରି ଖାଦ୍ୟ ଯେପରିକି ବ୍ରେଡ ,ବିସ୍କୁଟ ଓ ବିଭିନ୍ନ ପ୍ରକାର ମିଠା ଜିନିଷ ମଇଦାରୁ ପ୍ରସ୍ତୁତ କରାଯାଇଥାଏ l ତଥାପି ସର୍ବଦା ଆମ ମନରେ ପ୍ରଶ୍ନ ଉଠିଥାଏ ଯେ କଣ ମଇଦା ଆମ ସ୍ୱାସ୍ଥ୍ୟ ପକ୍ଷ ହିତକର l

ଅଧିକାଂଶ ଗବେଷଣାରେ କୁହ ଯାଇଛି ଯେ ମଇଦା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ l ଯଦି ଆପଣ ପ୍ରତେକ ଦିନ ଅଧିକ ପରିମାଣରେ ମଇଦା ବ୍ୟବହାର କରୁଛନ୍ତି ତେବେ ସେ ବିଷୟରେ ଜାଣି ରଖନ୍ତୁ ଯେ ଏହା ଆପଣଙ୍କ ଶରୀରକୁ କି ପ୍ରକାର କ୍ଷତି ଘଟାଇ ଥାଏ l କିନ୍ତୁ ମନେ ରଖନ୍ତୁ ଗୋଟିଏ ମାସରେ ୫ରୁ ୭ ଥର ମଇଦାରେ ପ୍ରସ୍ତୁତ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଶରୀରର କୌଣସି କ୍ଷତି ହେବ ନାହିଁ l

* ଓଜନ ବଢାଇବାର କାରଣ ହୋଇଥାଏ -ଆମର ଅନେକ ପସନ୍ଦ ଯୁକ୍ତ ଖାଦ୍ୟ ମଇଦାରେ ପ୍ରସ୍ତୁତ ହୋଇଥାଏ l ଏହାକୁ ଯଦି ଆମେ ସପ୍ତାହକୁ ୫ ରୁ ୬ ଥର ଖାଇବା ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ଅଟେ l ସେଥିରେ ବିଭିନ୍ନ ପ୍ରକାରର ଜଙ୍କ ଫୁଡ ଓ ଚିପ୍ସ ଅନ୍ତର୍ଭୁକ୍ତ l ମଇଦା ଆପଣଙ୍କ ଶରୀରର ମେଟାବୋଲିଯିମ ଦରକୁ ଧୀମା କରି ଦେଇଥାଏ l ଯେତେବେଳେ ଆପଣ ଅତ୍ୟଧିକ ମଇଦାର ସେବନ କରିଥାନ୍ତି ,ସେହି ସମୟରେ ଆପଣଙ୍କ ଶରୀରରେ ଚର୍ବି ଜମା ହେବାକୁ ଲାଗେ l ଏହା ଓଜନ ବଢାଇବାର ଗୋଟିଏ କାରଣ ଅଟେ l

* ପାଚନ ତନ୍ତ୍ର ପାଇଁ କ୍ଷତିକାରକ -ଆପଣ କଣ ଜାଣିଛନ୍ତି ମଇଦାରେ ଫାଇବାରର ମାତ୍ରା ଖୁବ କମ ରହିଥାଏ l ଫାଇବର ମଝବୁତ ଓ ସୁସ୍ଥ ପାଚନ ତନ୍ତ୍ର ପାଇଁ ନିତ୍ୟାନ୍ତ ଆବଶ୍ୟକ l ମଇଦାରେ କାର୍ବୋ ହାଇଡ୍ରେଡ଼ ଉଚ ମାତ୍ରାରେ ରହିଛି l ତେଣୁ ମଇଦାରେ ପ୍ରସ୍ତୁତ ଜିନିଷକୁ ପ୍ରତେକ ଦିନ ସେବନ କରନ୍ତୁ ନାହିଁ l ମଇଦା ଆପଣଙ୍କ ପେଟରେ ଭଲ ବ୍ୟାକ୍ଟେରିଆର ବିକାଶ କରାଇ ଦିଏ ନାହିଁ l ଭଲ ବ୍ୟାକ୍ଟେରିଆ ପାଚନ ତନ୍ତ୍ରକୁ ଠିକ ରଖିଥାଏ l

* ହାଡ଼କୁ ଦୁର୍ବଳ କରିଥାଏ -ମଇଦା ଶୋଭାବରେ ଅମ୍ଳୀୟ ଅଟେ l ଯେତେବେଳେ ଆପଣ ଏହାକୁ ଅତ୍ୟଧିକ ସେବନ କରନ୍ତି ,ସେହି ସମୟରେ ହାଡର ଘନତ୍ଵ କମ ହେବାରେ ଲାଗେ l ମଇଦାରେ ହାଡ ସମ୍ବଧୀୟ ସମସ୍ୟା ଅଧିକ ଦେଖା ଦେଇଥାଏ l ଯଦି ଆପଣ ପୁରୀ ପ୍ରସ୍ତୁତ କରୁଛନ୍ତି ତେବେ ସମ୍ପୂର୍ଣ୍ଣ ମଇଦାରେ ପ୍ରସ୍ତୁତ ନକରି ଅଧା ଅଟା ଓ ଅଧା ମଇଦା ମିଶାଇ ପ୍ରସ୍ତୁତ କରନ୍ତୁ l ଏହି ପ୍ରକାରର ପୁରୀ ଖାଇଲେ ମଇଦାର ପ୍ରଭାବ ଅଧିକ ମାତ୍ରାରେ ଶରୀର ଉପରେ ପଡିବ ନାହିଁ l

* ଖରାପ କୋଲେଷ୍ଟ୍ରଲ -ଖରାପ କୋଲେଷ୍ଟ୍ରଲର ସ୍ତର ଶରୀରରେ ବଢିବା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ l ଯଦି ଆପଣ ପ୍ରତେକ ଦିନ ମଇଦାରେ ପ୍ରସ୍ତୁତ ବିଭିନ୍ନ ଜିନିଷ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢାଇବାର କାରଣ ହୋଇଥାଏ l ଯାହା ଦ୍ୱାରା ହୃଦୟ ସମ୍ବଧୀୟ ବିଭିନ୍ନ ରୋଗ ମଧ୍ୟ ବଢି ଯାଇଥାଏ l

Show More

Related Articles

Back to top button