ସ୍ୱାସ୍ଥ୍ୟ

କଖାରୁର ଔଷଧୀୟ ଗୁଣ

କଖାରୁ ଗୋଟିଏ ଏପରି ପରିବା ଯାହା ଅଧିକାଂଶ ଲୋକଙ୍କ ବାଡ଼ି ବଗିଚାରେ ଦେଖିବାକୁ ମିଳିଥାଏ l ଏହି କଖାରୁ ଦ୍ୱାରା ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ ସହିତ ରୋଗ ପାଇଁ ମଧ୍ୟ ଉପଚାର କରାଯାଇଥାଏ

କାଖରୁର ଔଷଧୀୟ ଗୁଣ ମଧ୍ୟ ରହିଛି ,ତେଣୁ ଏହାକୁ ଅଧିକାଂଶ ରୋଗର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ l

* ରୋଗ ପ୍ରତିରୋଧକ ଶକ୍ତି -ଆଜିକାଲି ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଡାକ୍ତର ମାନେ ଅନେକ ପରାମର୍ଶ ଦେଉଛନ୍ତି l କଖାରୁ ରସରେ ଭିଟାମିନ-ସି ଓ ମିନେରାଲସ ଥିବା କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ଥାଏ l ତେଣୁ ପ୍ରତେକ ଦିନ ୨୦ ଗ୍ରାମ କଖାରୁ ନେଇ ଏହାର ରସ ପ୍ରସ୍ତୁତ କରନ୍ତୁ ତାପରେ ଏହି ରସକୁ ଖାଲି ପେଟରେ ସେବନ କରନ୍ତୁ l ଏହା ଦ୍ୱାରା ଆପଣଙ୍କର ପ୍ରତିରୋଧକ କ୍ଷମତା ବଢିବ l

* ଗଣ୍ଠି ବାତ -ଗଣ୍ଠି ବାତ ସମସ୍ୟାରେ ଅଧିକାଂଶ ବ୍ୟକ୍ତି କଷ୍ଟ ପାଇଥାନ୍ତି l ତେଣୁ ଆୟୁର୍ବେଦରେ କୁହାଯାଇଛି ଯେ ନିୟମିତ ଭାବରେ କିଛି ଦିନ ପର୍ଯ୍ୟନ୍ତ କଖାରୁ ମ,ଅଞ୍ଜି ଖାଇବା ଦ୍ୱାରା ଗଣ୍ଠି ବାତ ରୋଗରୁ ଲାଭ ମିଳିଥାଏ l କାରଣ ଏଥିରେ ଥିବା ଜିଙ୍କ ଅସ୍ଥି ସନ୍ଧି ପ୍ରବାହ ପାଇଁ ବେଶ ଉପକାରୀ ଅଟେ l

* ମଧୁମେହ ରୋଗ -ଚାଇନାର ସାଂଘାଇ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଚା ଓ ମଧୁମେହ ରୋଗ ଉପରେ ଗବେଷଣା କରୁଥିବା ସମୟରେ ପରୀକ୍ଷା ମୂଳକ ଭାବେ ପ୍ରଥମେ ମୂଷା ମାନଙ୍କ ଉପରେ କାଖରୁର ପ୍ରୟୋଗ କରିଥିଲେ ଏବଂ ତାହା ମୂଷା ମାନଙ୍କର ଅଗ୍ନlସୟରେ ବିଟା କୋଷକୁ ସକ୍ରିୟ କରିବାରେ ସହାୟକ ହୋଇଥିଲା l ସେହି ଗବେଷଣାରୁ ଜଣ ପଡିଲା ଯେ ମଧୁମେହ ରୋଗୀ ମାନଙ୍କ ପାଇଁ କଖାରୁ ଖାଇବା ହିତକର ଅଟେ l ତେଣୁ ସେମାନେ କାଖରୁକୁ କଞ୍ଚା ଭାବରେ ସାଲାଡ଼ ପ୍ରସ୍ତୁତ କରି ଖାଇବା ପାଇଁ ପରାମର୍ଶ ଦେଇଥିଲେ l

* ହୃଦରୋଗ -କଖାରୁ ରସରେ ପ୍ରଚୁର ପରିମାଣରେ ପେକଟିଂ ଥାଏ ,ଯାହାକି କୋଲେଷ୍ଟ୍ରଲର ମାତ୍ରାକୁ କମାଇ ଦେଇ ପରେ ଓ ତାସାହିତ ରକ୍ତଚାପ ଓ ହୃଦରୋଗରୁ ମଧ୍ୟ ରକ୍ଷା କରିଥାଏ l

* ଅନ୍ଧାର କଣା ରୋଗ -ପାଚିଲା କାଖରୁରେ ଭିଟାମିନ-ଏ ଓ କେରୋଟିନ ଥାଏ l ଏହା ଅନ୍ଧାର କଣା ଅନ୍ଧତ୍ୱ ରୋଗରୁ ରକ୍ଷା କରିଥାଏ l ତାସାହିତ ଏଥିରେ ଥିବା ବିଟା କେରୋଟିନ ଏକ ଆଣ୍ଟିଆକ୍ସିଡେଣ୍ଟ ଭାବରେ କାମ କରୁଥିବାରୁ କର୍କଟ ରୋଗର ଆଶଙ୍କାକୁ କମ କରିଥାଏ l

Show More

Related Articles

Back to top button