ଜୀବନଚର୍ଯ୍ୟା

ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ କାହିଁକି ପୂଜା କରାଯାଏ , ଆସନ୍ତୁ ଜାଣିବା

ଗଣେଶ ସବୁବେଳେ ପ୍ରସନ ରହୁଥିବାର ଦେବତା ମାନଙ୍କ ମଧ୍ୟରେ ପରିଚିତ l ତେଣୁ କରି ତାଙ୍କର ବିଧିବିଧାନ ଭାବରେ ବୁଧବାର ଦିନ ପୂଜା କରାଯାଇଥାଏ l ବୁଧବାର ଦିନ ଗଣେଶଙ୍କ ପାଇଁ କାହିଁକି ଉଦ୍ଧିଷ୍ଟ ସେ ବିଶ୍ୱାୟରେ ଅନେକ ତଥ୍ୟ ରହିଛି l କିନ୍ତୁ ଆମେମାନେ ଯେପରି ଆମ ହିନ୍ଦୁ ଦେବଦେବୀଙ୍କର ପୂଜା କରୁ ଓ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରୁ ,ପୌରାଣିକ ମତ ଅନୁସାରେ ମାନ୍ୟତା ରହିଛି ଯେ ସେ ଆମର ସଙ୍କଟ ଦୂର କରନ୍ତି ଓ ସମସ୍ତ ମସ୍କମାନ ପୂର୍ଣ୍ଣ କରନ୍ତି

ବୁଧବାର ଦିନ ମାତା ପାର୍ବତୀ ଓ ଭଗବାନ ଶିବଙ୍କର ସାନ ପୁଅ ଶ୍ରୀ ଗଣେଶଙ୍କର ପୂଜା ଅର୍ଚନା କରନ୍ତି l କିନ୍ତୁ ଗଣେଶଙ୍କର ପୂଜା ବିଧି ପାଇଁ ବୁଧବାର ଦିନଟି କଣ ପାଇଁ ଉପଯୁକ୍ତ ସେ ବିଷୟରେ ଜାଣିବା ନିହାତିଆ ବଶ୍ୟକ l

ପୌରାଣିକ ମାନ୍ୟତା ଅନୁସାରେ ମ,ମାତା ପାର୍ବତୀଙ୍କ କୃପାରୁ ଗଣେଶଙ୍କର ଉତ୍ପତି ହୋଇଥିଲା l ଏକଦା କୈଳାସରେ ବୁଦ୍ଧଗ୍ରହ ଉପସ୍ଥିତ ଥିଲେ l ବୁଦ୍ଧ ଦେବଙ୍କର ଉପସ୍ଥିତି ସମୟରେ ଗଣେଶ ତାଙ୍କୁ ବିଶେଷ ପୂଜା କରିଥିଲେ l ଏହା ପରେ ବୁଦ୍ଧଗ୍ରହ କହିଥିଲେ ଯେ ବୁଧବାର ଦିନ ପ୍ରଭୁ ଗଣେଶଙ୍କର ପୂଜା ସାରା ମାନବ ଜଗତ କରିବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଯେଉଁ ବ୍ୟକ୍ତି ବୁଧବାର ଦିନ ଗଣେଶଙ୍କର ପୂଜା କରିଥାଏ ତା ପାଇଁ ସେହି ଦିନଟି ଶୁଭ ହୋଇଥାଏ ଓ ତାର ସମସ୍ତ କାର୍ଯ୍ୟ ସଫଳତାର ସହିତ ପୂର୍ଣ୍ଣ ହୁଏ l

ଗଣେଶଙ୍କ ପାଖରେ ଯେଉଁ ପାଞ୍ଚଟି ଜିନିଷ ବୁଧବାର ଦିନ ଅର୍ପଣ କରାଯାଏ ସେ ବିଷୟରେ ଆସନ୍ତୁ ଜାଣିବା l ଯାହା ଦ୍ୱାରା ପାର୍ବତୀ ନନ୍ଦନଙ୍କୁ ସନ୍ତୁଷ୍ଟ କରି ପାରିବା l

ଦୁବ -ବୁଧବାର ଦିନ ଯଦି ଆପଣ ଗଣେଶଙ୍କୁ ପୂଜା କରୁଛନ୍ତି ତେବେ ଦୁବ ଅର୍ପଣ କରିବାକୁ ଭୁଲିବେ ନାହିଁ ଓ ଏହି ଦୁବ ୨୧ ଟି ହୋଇଥିବା ଆବଶ୍ୟକ l ଯେତେବେଳେ ଅମଲାସୁର ଓ ଗଣେଶଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା ସେତେବେଳେ ସେ ଅମଲାସୁରକୁ ଗିଳି ଦେଇଥିଲେ l ଗିଳି ଦେବାପରେ ତାଙ୍କ ଉଦରରେ ଅସହନୀୟ ଯନ୍ତ୍ରଣା ହୋଇଥିଲା l ସେହି ସମୟରେ କଶ୍ୟପ ରୁଷି ଦୁବ ଘାସରେ ୨୧ ଟି ଗଣ୍ଠି ପକାଇ ତାଙ୍କୁ ଖୁଆଇ ଥିଲେ ଓ ଏହାପରେ ଗଜାନନ ଠିକ ହୋଇ ଯାଇଥିଲେ l

କଦଳୀ -ଗଜାନନ ନାମାକୁ ବୁଝାଉଥିବାର ଅର୍ଥ ହେଲା ଯାହାର ଗଜା ଭଳି ମୁଖ l ଗଜା ଅର୍ଥାତ ହାତୀକୁ କଦଳୀ ପସନ୍ଦ ହୋଇଥିବା କାରଣରୁ ଗଣେଶଙ୍କୁ ପ୍ରସନ କରିବା ପାଇଁ ପାଚିଲା କଦଳୀ ଅର୍ପଣ କରାଯାଇଥାଏ l

ଲାଲ ରଙ୍ଗର ଫୁଲ-ଗଣପତିଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ମସ୍ତକରେ ଲାଲ ସିନ୍ଦୁର ଓ ପାଦତଳେ ଲାଲ ରଙ୍ଗର ମନ୍ଦାର ଫୁଲ ଦେବା ନିହାତି ଆବଶ୍ୟକ l କାରଣ ଗଣପତି ଲାଲ ସିନ୍ଦୁର ଓ ଲାଲ ଫୁଲ ଦ୍ୱାରା ସନ୍ତୁଷ୍ଟ ହୋଇ ସମସ୍ତ ଦୁଃଖ ଦୂର କରନ୍ତି l

ଶଙ୍ଖ -ଗଣେଶଙ୍କର ଶଙ୍ଖ ଅତି ପ୍ରିୟ ଅଟେ l ଗଜାନନଂଙ୍କର ଯେଉଁ ଚାରଟି ହାତ ରହିଛି ସେ ଗୋଟିଏ ହାତରେ ଶଙ୍ଖ ଧାରଣା କରିଥାନ୍ତି l ତେଣୁ ଯେବେବି ଗଣପତିଙ୍କୁ ପୂଜା କରୁଛନ୍ତି ତେବେ ଶଙ୍ଖ ବଜାଇବାକୁ ଭୁଲିବେ ନାହିଁ l

ମୋଦକ -ଗଣେଶଙ୍କର ମୋଦକ ଅତ୍ୟନ୍ତ ପ୍ରିୟ ଅଟେ l ପୌରାଣିକ ମାନ୍ୟତା ଅନୁସାରେ ପର୍ଶୁରାମଙ୍କ ସହିତ ଯୁଦ୍ଧ ସମୟରେ ଗଜାନନଙ୍କ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା ଓ ସେହି ଦିନଠାରୁ ସେ ଏକ ଦାନ୍ତ ହୋଇଗଲେ l ସେ ମାତା ପାର୍ବତୀଙ୍କୁ କହିଲେ ଯେ ମୁଁ ବର୍ତ୍ତମାନ ସମସ୍ତ ଖାଦ୍ୟ ଖାଇ ପାରୁନାହିଁ ତେଣୁ ଆପଣ ମୋ ପାଇଁ ଏପରି କିଛି ତିଆରି କରନ୍ତୁ ଯାହାକୁ ମୁଁ ସହଜରେ ଖାଇ ପାରିବି l ମତ ପାର୍ବତୀ ଗଣେଶଙ୍କ ମନର କଥା ଜାଣିପାରି ମୋଦକ ପ୍ରସ୍ତୁତ କରିଥିଲେ ଯାହାକୁ ସେ ଆନନ୍ଦର ସହିତ ଖାଇଥିଲେ l

Show More

Related Articles

Back to top button