ଜୀବନଚର୍ଯ୍ୟା

ବାସ୍ତୁ ଶାସ୍ତ୍ର ଅନୁସାରେ ବୁଧବାରଦିନ ଏହି ୪ଟି ଉପାୟରେ ପୂଜା କଲେ ଖୋଲିଯିବ ସଫଳତାର ରାସ୍ତା

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଆମେ ବାସ୍ତୁ ଶାସ୍ତ୍ରକୁ ମାନିଥାଉ l ବାସ୍ତୁ ଶାସ୍ତ୍ର ଅନୁସାରେ ସପ୍ତାହର କେଉଁଦିନ କିପରି ପୂଜା କରିବା ବଶ୍ୟକ ସେ ବିଷୟରେ ବିଭିନ୍ନ ମତ ଦିଆଯାଇଥାଏ l ବୁଧବାର ଦିନଟି ଆପଣମାନେ ଜାଣିଛନ୍ତି ଗଣେଶଙ୍କୁ ସମର୍ପଣ କରାଯଇଅଛି l ତେଣୁ ବାସ୍ତୁ ଅନୁସାରେ ବୁଧବାର ଦିନ ଏପରି କିଛି ଉପାୟ କରିବା କଥା ଯାହା ଜୀବନର ସମସ୍ତ ଅସୁବିଧାକୁ ଦୂର କରି ସୁଖ ସମୃଦ୍ଧି ଅର୍ପଣ କରିବ

ବାସ୍ତୁ ଶାସ୍ତ୍ରରେ ବୁଧବାର ଦିନ ଯଦି ଆପଣ ଗଣେଶଙ୍କୁ ପୂଜା କରୁଛନ୍ତି ତେବେ ଘରର ଦରିଦ୍ରତା ଦୂର ହୋଇଥାଏ l କିନ୍ତୁ ଏହି ପୂଜାର କିଛି ବିଦ୍ଧି ବିଧାନ ରହିଛି l ଆପଣ ଜାଣିଥିବେ ଯେ ଘରର ଐଶାନ୍ୟ କୋଣରେ ଭଗବାନଙ୍କୁ ଅବସ୍ଥାପିତ କରାଯାଇଥାଏ l ତାହା ଅନୁସାରେ ବୁଧବାର ଦିନ ସକାଳୁ ଆପଣ ସ୍ନାନ ଶୌଚ ସାରି ଗଣେଶଙ୍କୁ ପ୍ରଥମେ ସବୁଜ ଆସ୍ଥାନ ଉପରେ ବସାଇବେ l ଆପଣ ଗଣେଶଙ୍କୁ ସବୁଜ ବସ୍ତ୍ର ପିନ୍ଧିବା ସହିତ ନିଜେ ମଧ୍ୟ ପିନ୍ଧିବେ l ଘରର ଦକ୍ଷିଣ ପୂର୍ବ ଦିଗରେ ଗୋଟିଏ କଳସ ସ୍ଥାପନା କରି ସେଥିରେ କିଛି ନାଲି ଫୁଲ ଓଁ ଦୁବ ଘାସ ସମର୍ପଣ କରିବେ l ତା ସହିତ ଅନ୍ୟକିଛି ନିୟମ ମଧ୍ୟ ପାଳନ କରିବେ l

ପାନମଧୁରୀ ଖାଇବା ଶୁଭ –

ବୁଧବାର ଦିନ ଯଦି ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟଟା ରହିଛି ତେବେ ଆପଣ ସେହି କାର୍ଯ୍ୟକୁ କରିବା ପୂର୍ବରୁ ଘରୁ ଯିବା ବେଳକୁ କିଛି ପାନମଧୁରୀ ଖାଇ ଯାଆନ୍ତୁ l ଯାହା ଦ୍ୱାରା ଆପଣଙ୍କର କାର୍ଯ୍ୟ ସୁରୁଖୁରୁରେ ହେବ ସହିତ ଆପଣଙ୍କୁ ଭଲ ଫଳ ମିଳିବ l କାରଣ ମାନ୍ୟତା ଅନୁସାରେ ପାନାମାଧୁରୀଙ୍କୁ ଗୋଟିଏ ଶୁଭ ଶସ୍ୟ ଭାବରେ ଗ୍ରହଣ କରାଯାଇଛି l ଏହାକୁ ଖାଇବା ଦ୍ୱାରା କାର୍ଯ୍ୟରେ ସିଦ୍ଧି ମିଳିବ ସହିତ ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇଥାଏ l

ସବୁଜ ବସ୍ତ୍ର ପିନ୍ଧନ୍ତୁ –

ସବୁଜ ରଙ୍ଗ ବୁଧବାର ଦିନ ଗଣେଶଙ୍କ ପ୍ରିୟ ଅଟେ l ତେଣୁ ଆପଣ ଏହି ଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣା କରିବା ଦ୍ୱାରା ଶୁଭ ଫଳ ମିଳିବ l ଚାକିରୀ କ୍ଷତ୍ରରେ ଯଦି ପଦଉନ୍ନତି ହେଉ ନାହିଁ ତେବେ ବୁଧବାର ଦିନ ଗଣେଶଙ୍କ ମନ୍ଦିରରେ ସବୁଜ ବସ୍ତ୍ର ଦାନ କରନ୍ତୁ ଓ ଗାଈଙ୍କୁ ସବୁଜ ଦୁବ ଘାସ ସହିତ ଅରୁଆ ଚାଉଳ ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ଚାକିରୀରେ ପଦଉନ୍ନତି ହେବ ସହିତ ବ୍ୟବସାୟ କ୍ଷେତ୍ରରେ ଭଲ ଫଳ ମିଳିଥାଏ l ଯଦି ଆପଣ ସବୁଜ ବସ୍ତ୍ର ପିନ୍ଧି ପାରୁ ନାହାନ୍ତି ତେବେ ସବୁଜ ରୁମଲ ମଧ୍ୟ ନିଜ ସହିତ ରଖି ପାରିବେ l

ଦୀପ ଜଳାଇବା –

ଯଦି ବୁଧବାର ଦିନ ଆପଣ ଘରର ଦକ୍ଷିଣ ପୂର୍ବ ଦିଗରେ ଦୀପ ଦାନ କରିବେ ତେବେ ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯିବ l ଏହି ଦୀପକୁ ଅଖଣ୍ଡ ଦୀପ ଭାବରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଳାଇବାକୁ ଚେଷ୍ଟା କରିବେ l ତା ସହିତ ସନ୍ଧ୍ୟା ସମୟରେ ଯଦି ଆପଣ କୁକୁରକୁ କିଛି ଖାଦ୍ୟ ଦେଉଛନ୍ତି ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ କାଟିବା ସହିତ ଘରକୁ ଲକ୍ଷ୍ମୀଙ୍କର ଆଗମନ ହେବ l

ଦାନ କରନ୍ତୁ –

ବୁଧବାର ଦିନ ଯଦି ଆପଣ ଗୋଟିଏ ତମ୍ବା ପାତ୍ରରେ କିଛି ମୁଗଡାଲି ଓ ଚାଉଳ ଦାନ ଦେଉଛନ୍ତି ତେବେ ଆପଣଙ୍କୁ ଶୁଭ ଫଳ ମିଳିବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ଯଦି ବୁଦ୍ଧନକ୍ର ପ୍ରଭାବ ରହିଛି ତେବେ ଗୋଟିଏ ତମ୍ବା ପାତ୍ରରେ କିଛି ପାଣିକୁ ରାତିସାରା ରଖନ୍ତୁ ଏବଂ ସକାଳୁ ଗାଧୋଇ ସାରି ସେହି ପାଣିକୁ ପିଇ ଦିଅନ୍ତୁ ତେବେ ଆପଣଙ୍କର ଘରର ମୁରବୀଙ୍କ ଉପରେ ରହିଥିବା ବୁଦ୍ଧଙ୍କ ପ୍ରଭାବ କଟିଯିବ l

Show More

Related Articles

Back to top button