ଦେଶ ବିଦେଶସ୍ୱାସ୍ଥ୍ୟ

ଜାପାନରେ କାହିଁକି ଏତେ ଲୋକ ଆତ୍ମହତ୍ୟା କରନ୍ତି, ଆସନ୍ତୁ ଜାଣିବା ସେ ବିଷୟରେ

ଜାପାନରେ କରୋନା ମହାମାରୀ ଦ୍ୱାରା ଯେତିକି ମୃତ୍ୟୁ ହୋଇନାହିଁ ତା ଠାରୁ ଅଧିକ ଆତ୍ମହତ୍ୟା ଦ୍ୱାରା ହେଉଛି l ନିକଟରେ ଅକ୍ଟୋବର ମାସରେ ଏହି ଭଳି ଏକ ତଥ୍ୟ ଆଗକୁ ଆସିଛି ଯେ ଜାପାନରେ ୨୧୫୩ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି l ଯେବେକି କରୋନା କାରଣରୁ କେବଳ ଗୋଟିଏ ବର୍ଷରେ ୨୦୮୭ ଜଣଙ୍କର ମୃତ୍ୟୁ ହୋଇଛି

ଜାପାନ ହାପି ପ୍ଲାନେଟ ଇଣ୍ଡେକ୍ସରେ ୫୮ ତମ ସ୍ଥାନରେ ରହିଛି ,କିନ୍ତୁ ଏଠାରେ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିବାରୁ ଚିନ୍ତାର ବିଷୟ ହୋଇଛି l ଏଠି ପ୍ରଶ୍ନ ଉଠୁଛି ଯେ ଜାପାନରେ ଅଟେ ଅଧିକ ଲୋକ କଣ ପାଇଁ ଆତ୍ମହତ୍ୟା କରୁଛନ୍ତି l ଗତ ବର୍ଷ ଜାପାନରେ ଆତ୍ମହତ୍ୟା ଦ୍ୱାରା ୨୫ ଲୋକଙ୍କର ଜୀବନ ଯାଇଥିଲା ,ଏହାର ଅର୍ଥ ପ୍ରତେକ ଦିନ ପ୍ରାୟ ୭୦ ଜଣ ଲୋକ ଆତ୍ମହତ୍ୟା କରିଥାନ୍ତି l ଅମାନ ମଧ୍ୟରୁ ଅଧିକ ପୁରୁଷଙ୍କ ସଂଖ୍ୟା ରହିଛି l କୌଣସି ବିକଶିତ ଦେଶରେ ଆତ୍ମହତ୍ୟାର ଏହି ଦର ସରକାର ଓ ଲୋକମାନଙ୍କୁ ଅସୁବିଧାରେ ପକାଇପାରେ l

ବିକଶିତ ଦେଶ ମାନଙ୍କ ମଧ୍ୟରୁ ଜାପାନ ଗୋଟିଏ ଆତ୍ମନିର୍ଭର ଶିଳ ଦେଶ ଅଟେ ,କିନ୍ତୁ ଏଠାରେ ଆତ୍ମହତ୍ୟା ସଂଖ୍ୟା ଏହି ଭାଧିବା ଠିକ ନୁହେଁ l BBC ର ସୂଚନା ଅନୁସାରେ ନିକଟରେ ଜାପାନର ବୁଲେଟ ଟ୍ରେନ୍ ରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଥିଲେ l ସେ ପ୍ରଥମେ ତାଙ୍କ କୋଚରେ ବସିଥିବା ଅନ୍ୟ ଯାତ୍ରୀ ମାନଙ୍କୁ ଦୁରକୁ ଯିବାପାଇଁ କହିଥିଲେ ଓ ନିଜକୁ ନିଜେ ଜଳାଇ ଦେଇଥିଲେ l ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଥିଲେ ଯେ ବ୍ୟକ୍ତି ଜଣଙ୍କ ଏହି କାର୍ଯ୍ୟ କରିବା ପୂର୍ବରୁ ଦୁଃଖୀ ଥିଲେ ଓ ତାଙ୍କ ଆଖିରେ ଲୁହ ଭାରି ରହିଥିଲା l ପରେ ଜାପାନର ଗଣମାଧ୍ୟମରୁ ଖବର ଆସିଲା ଯେ ବୟସ୍କ ବ୍ୟକ୍ତି ଜଣଙ୍କ ଆଲୁମିନିୟମର କେନ ଜମା କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ l ଜାପାନ ଟୁଡ଼େ ୱବେ ସାଇଡର ରିପୋର୍ଟ ଅନୁସାରେ ଉଦୟ ସୂର୍ଯ୍ୟର ଦେଶ କୁହାଯାଉଥିବା ଜାପାନରେ ଏହା ବର୍ତମାନ ଏକ ସାମାଜିକ ମୁଦା ଅଟେ l

ଟେରେସ ହାଉସ ନାମକ ଇଣ୍ଟରନେଟ ସୋରେ କଷ୍ଟ ମେମ୍ବର ଥିବା ହାନା କୀମୁରା ନିଜର ଜୀବନ ନେଇ ଗଲେ ,ସେ ଜଣେ ପ୍ରଫେସନାଲ ରେସଲର ମଧ୍ୟ ଥିଲେ l କିନ୍ତୁ ହାନା ଅନଲାଇନରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ l ଟୋକିଓ ଟେମ୍ପୁଲ ବିଶ୍ୱ ବିଦ୍ୟାଳୟର ସାଇକୋଲୋଜିଷ୍ଟ ବତାରୁ ନିସିଦା କହିଛନ୍ତି ଯେ ଜାପାନର ଲୋକମାନେ ଅବସାଦ ଗ୍ରସ୍ତ ହୋଇ ନିଜକୁ ଦୁନିଆ ଠାରୁ ଅଲଗା କରି ନେଉଛନ୍ତି ଓ ସେସାରେ ଆତ୍ମହତ୍ୟା ଆପଣାଉଛନ୍ତି l

ଏମାନଙ୍କ ମଧ୍ୟରେ ଅଧିକ ବୟସ୍କ ଲୋକ ଅଛନ୍ତି କାରଣ ତାଙ୍କୁ ଏକୁଟିଆ ଛାଡିଦିଆ ଯାଉଛି ଓ ପିଲାମାନେ ତାଙ୍କର ଯତ୍ନ ନେଉ ନାହାନ୍ତି l ନିଜକୁ ଏକାନ୍ତ ବସରେ ନେଇଯିବା ମଧ୍ୟ ଜାପାନରେ ଆତ୍ମହତ୍ୟାର ଗୋଟିଏ କାରଣ ଅଟେ l ଏହି ଆତ୍ମହତ୍ୟାର ସବୁଠୁ ବଡ଼ କାରଣ ହେଲା ବେରୋଜଗାରୀ ,ଆର୍ଥିକ ଦୁର୍ବଳତା ,ମାନସିକ ଭାରସ୍ୟାମ ହରାଇବା କିମ୍ବା କାହାର କୌଣସି କଥାରେ କଷ୍ଟ ପାଇ ନିଜ ମନକୁ ଦୁଃଖିତ କରିବା ହେଉଛି ଆତ୍ମହତ୍ୟାର କାରଣ l ଜାପାନ ସରକାରଙ୍କର ଏକ ତଥ୍ୟ ଅନୁସାରେ ୨୦୧୦ ରେ ପ୍ରାୟତଃ ୭ ଲକ୍ଷ ଲୋକ ବସାଦ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି l ପରେ ଏହା କମି ଯାଇଥିଲା କିନ୍ତୁ ବର୍ତମାନ ଏହା ପୁଣି ବଢ଼ିବାରେ ଲାଗିଛି l

Show More

Related Articles

Back to top button