ଶୀତଦିନରେ ଓଜନ ନିୟନ୍ତ୍ରଣ କରିବା ପାଇଁ ଏପରିଭାବେ ଖାଆନ୍ତୁ ଅଣ୍ଡା
ଅଣ୍ଡା ଗୋଟିଏ ଏପରି ଖାଦ୍ୟ ଯାହାକୁ ପ୍ରାୟ ସମସ୍ତ ଆମିଷ ଖାଉଥିବା ବ୍ୟକ୍ତି ପସନ୍ଦ କରି ଥାନ୍ତି l ଆମେ ବିଶେଷଜ୍ଞ ମାନଙ୍କ ଠାରୁ ଶୁଣିଛୁ ଯେ ଅଣ୍ଡା ଆମ ଶରୀରକୁ ପୋଷକତତ୍ୱ ଦେଇଥାଏ ,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଅଣ୍ଡା ଦ୍ୱାରା ଆପଣ ନିଜର ଓଜନ ନିୟନ୍ତ୍ରଣରେ ରଖି ପାରିବେ

ଆମେରିକାର କ୍ଲିନିକାଲ ନିୟୁଟ୍ରିସନ ଅନୁସାରେ ଓଜନ କମ କରିବାରେ ପ୍ରୋଟିନର ମୁଖ୍ୟ ଭୂମିକା ରହିଛି l ପ୍ରୋଟିନ ସେବନ କରିବା ଦ୍ୱାରା ଅଧିକ ସମୟ ଧରି ଭୋକ ଲାଗିନଥାଏ ଓ ପ୍ରୋଟିନ ଦ୍ୱାରା ଶରୀରକୁ ଶକ୍ତି ମିଳେ l ଗବେଷକ ମାନଙ୍କ ଅନୁସାରେ ବ୍ୟକ୍ତି ନିଜର ଓଜନ ନିୟନ୍ତ୍ରଣ ରଖିବା ପାଇଁ ଅଣ୍ଡାର ସାହାଯ୍ୟ ନେଇ ପାରିବ କିନ୍ତୁ କେତୋଟି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ l ଆସନ୍ତୁ ଜାଣିବା ସେଗୁଡିକ କଣ l
ଅଣ୍ଡାର ହଳଦିଆ ଭାଗକୁ ଖାନ୍ତୁ ନାହିଁ -ଅଧିକାଂଶ ଲୋକ ଅଣ୍ଡା ଖାଇଲା ବେଳେ ଏହା ଭାବି ଅଣ୍ଡାର ହଳଦିଆ ଅଂଶକୁ ଖାଇ ନଥାନ୍ତି କଲେ ତାଙ୍କର ଓଜନ ବଢ଼ିଯିବ ,କିନ୍ତୁ ଏହା ଭୁଲ ଧାରଣା ଅଟେ l ଗବେଷକ ମାନଙ୍କ ମତ ଅନୁସାରେ ଅଣ୍ଡାରେ ରହିଥିବା ହଳଦିଆ ଅଂଶ ଯାହାକୁ ଆମେ କେଶର ବୋଲି କହିଥାଉ ତାହା ଗୋଟିଏ ଅଣ୍ଡାର ଅଧା ପ୍ରୋଟିନ ଅଟେ l ଯଦି ଓଜନ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ଅଣ୍ଡାଟିକୁ ଖାଆନ୍ତି ତାହା ତାଙ୍କୁ ଓଜନ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିବା l
ଗୋଟିଏ ନିର୍ଧାରିତ ସମୟରେ ଖାଇବା -ଅଣ୍ଡା ଆମ ଶରୀରକୁ ଶକ୍ତି ଦେବା ସହିତ ଆମକୁ ସ୍ୱାସ୍ଥ୍ୟକର ମଧ୍ୟ ରଖିଥାଏ l ଯେଉଁ ଲୋକମାନେ ଅଣ୍ଡା ଖାଇବା ପାଇଁ ଗୋଟିଏ ନିର୍ଧାରିତ ସମୟ ରଖିଛନ୍ତି ତାହା ଭୁଲ ଅଟେ l ଉଦାହରଣ ସ୍ୱରୂପ ଅଧିକାଂଶ ଲୋକ ଅଣ୍ଡା ସେବନ କରିବା ପାଇଁ କେବଳ ସକାଳର ଜଲିଖିଆ ଖାଇବା ସମୟକୁ ବାଛି ଥାନ୍ତି ,ଏହା ଭୁଲ ଅଟେ l ଆପଣ ଅଣ୍ଡା ଖାଇବା ପାଇଁ ଦିନର ଯକୌଣସି ସମୟ ବାଛି ପାରିବେ l
ଅସ୍ୱାସ୍ଥ୍ୟକର ଫ୍ୟାଟ -ଅଣ୍ଡା ତିଆରି କରିବା ସମୟରେ ଆପଣ ଧ୍ୟାନ ରଖନ୍ତୁ ଯେ ଯେପରି ଆପଣ ତାକୁ କୌଣସି ଅସ୍ୱାସ୍ଥ୍ୟକର ଫ୍ୟାଟରେ ପ୍ରସ୍ତୁତ ନକରନ୍ତି ,ଯାହା ଆପଣଙ୍କୁ ମଧୁମେହ ଭଳି ଗମ୍ଭୀର ରୋଗ ବ୍ୟତୀତ ହୃଦଘାତର ଶିକାର କରାଇବା l ଅଣ୍ଡା ତିଆରି କରିବା ସମୟରେ ଆପଣ ଅଲିଭି ତେଲ କିମ୍ବା ପାଣିରେ ପ୍ରସ୍ତୁତ ପୋଚ କରି ଖାଇ ପାରିବେ l
ଅଧିକ ସେବନ -ହାବାର୍ଡ ସ୍ୱାସ୍ଥ୍ୟ ଗବେଷକ ମାନଙ୍କ ଅନୁସାରେ ମଧୁମେହର ପୀଡିତ ବ୍ୟକ୍ତି ମାନେ ସପ୍ତାହକୁ ମାତ୍ର ତିନିଥର ରୁ ଅଧିକ ଅଣ୍ଡା ସେବନ କରିବେ ନାହିଁ l ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ସପ୍ତାହରେ ପାଞ୍ଚ ଥର ଅଣ୍ଡା ସେବନ କରି ପାରିବେ l