ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ ନଡ଼ିଆ କ୍ଷୀର, ମିଳିବ ଏହି ୫ଟି ଫାଇଦା

ନଡ଼ିଆରେ ପ୍ରସ୍ତୁତ କ୍ଷୀର ନିଜର ଅନେକ ଗୁଣ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ l ଏହା ବାସ୍ତବରେ କ୍ଷୀର ହୋଇନଥାଏ ,ଗୋଟିଏ ଗାଢା ତରଳ ପଦାର୍ଥ ଅଟେ l ଯାହା ଚର୍ମ ,କେଶ ଓ ଅନ୍ୟ ସ୍ୱାସ୍ଥ୍ୟକର ଲାଭ ପାଇଁ ଦେହ ପ୍ରତି ଲାଭ ଦାୟକ l ସାରା ବିଶ୍ୱରେ ଏହାକୁ ବ୍ୟବହାର କରାଯାଇଥାଏ

ଯଦି ଆପଣ ଏହାକୁ ନିଜ ଖାଦ୍ୟରେ ସାମିଲ କରିବେ ତେବେ ଏହା ପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବ l

ସ୍ୱାସ୍ଥ୍ୟକର ହୃଦୟ -ସୁସ୍ଥ ଜୀବନ ପାଇଁ ଆମ ହୃତପିଣ୍ଡ ସୁସ୍ଥ ରହିବ ବଶ୍ୟକ l ହୃତପିଣ୍ଡର ସୁସ୍ଥତା ଦେଖିବାକୁ ଗଲେ ନଡ଼ିଆ କ୍ଷୀର ସେବନ କରିବା ନିହାତି ଆବଶ୍ୟକ l ନଡ଼ିଆ କ୍ଷୀରରେ ଲାରିକ ଏସିଡ ମିଳିଥାଏ l କୁହ ଯାଏ ଯେ ଏହା ଶରୀରର କୋଲେଷ୍ଟ୍ରଲ ସ୍ତର ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ l ନିୟମିତ ଭାବରେ ଏହା ବ୍ୟବହାର ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତରକୁ କମ କରିବା ସହିତ ଭଲ କୋଲେଷ୍ଟ୍ରଲକୁ ବଢ଼ାଇଥାଏ l

ଓଜନ କମାଇଥାଏ -ନଡ଼ିଆ କ୍ଷୀରରେ ଥିବା କିଟୋନ ଗୋଟିଏ ପୂର୍ଣ୍ଣତା ଶରୀରରେ ଅନୁଭବ କରାଇଥାଏ l ଅଧିକ ଖାଦ୍ୟ ଖାଇବା ପାଇଁ କିଟୋନ ଅଟକାଇ ଥାଏ ଓ କ୍ୟାଲୋରୀ କମେଇବାରେ ସାହାଯ୍ୟ କରେ l ଯଦି ଆପଣ ଓଜନ କମାଇବାର ରାସ୍ତାରେ ଯାତ୍ରା କରୁଛନ୍ତି ,ତେବେ ଆପଣଙ୍କ ଯାତ୍ରାରେ ନଡ଼ିଆ କ୍ଷୀର ଅଧିକ ଲାଭ ଦାୟକ ହେବ l

ମଧୁମେହକୁ ଆୟତ୍ତ କରେ -ନଡ଼ିଆ କ୍ଷୀରରେ ଆଣ୍ଟିଆକ୍ସିଡେଣ୍ଟର ଗୁଣ ମିଳିଥାଏ l ଏହା ଶରୀରକୁ ସନ୍ତୁଳିତ ରଖିଥାଏ l ଏହା ସହିତ ରକ୍ତରେ ଶର୍କରା ଓ ଗ୍ଲୁକୋଜ ସ୍ତର ଉପରେ ସକାରତ୍ମକ ପ୍ରଭାବ ପକାଏ l

ଇମ୍ୟୁନିଟି ବଢ଼ାଇଥାଏ -ନଡ଼ିଆ କ୍ଷୀରରେ ମିଳିଥିବା ଲାରିକ ଏସିଡ ଆଣ୍ଟିସେପ୍ଟିକ ଗୁଣରେ ଭରପୁର ଅଟେ l ନିଜ ଖାଦ୍ୟରେ ନଡ଼ିଆ କ୍ଷୀରକୁ ସାମିଲ କରି ବ୍ୟାକ୍ଟେରିଆ ଓ ବିଭିନ୍ନ ଭାଇରସ ଦ୍ୱାରା ହେଉଥିବା ସଂକ୍ରମଣ ବିରୁଦ୍ଧରେ ଶରୀରକୁ ଲଢେଇ କରିବା ପାଇଁ ଯୋଗ୍ୟ କରିଥାଏ l

ଆନିମିଆ ପାଇଁ ଲାଭ ଦାୟକ -ଶୀତଋତୁରେ ମହିଳାଙ୍କ ସହିତ ଅଧିକାଂଶ ପୁରୁଷଙ୍କ ନିକଟରେ ରକ୍ତ ହୀନତା ଦେଖିବାକୁ ମିଳିଥାଏ l ନଡ଼ିଆ କ୍ଷୀରରେ ସବୁଠୁ ଅଧିକ ପରିମାଣରେ ଆଇରନ ମିଳେ l ନଡ଼ିଆ କ୍ଷୀରରେ ଥିବା ଆଇରନର ମାତ୍ରା ଆମ ଶରୀରରେ ଲାଲ ରକ୍ତ କୋଷିକକୁ ନିର୍ମାଣ କରିବାରେ ମୁଖ୍ୟ ଅଂଶଗ୍ରହଣ କରିଥାଏ l ଯାହା ଦ୍ୱାରା ଆନିମିଆ ଦ୍ୱାରା ଆମେ ଆକ୍ରାନ୍ତ ହେବାରୁ ଆମେ ରକ୍ଷା ପାଇଥାଉ l

Show More

Related Articles

Back to top button