ଜୀବନଚର୍ଯ୍ୟା

ବୁଧବାରଦିନ ଗଣପତିଙ୍କୁ ଏପରିଭାବେ ସନ୍ତୁଷ୍ଟ କରନ୍ତୁ, ମିଳିବ ସୁଖ ଓ ସମୃଦ୍ଧି

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ,ପ୍ରତେକଟି ବାର ଅଲଗା ଅଲଗା ଦେବା ଦେବୀଙ୍କୁ ସମର୍ପଣ କରାଯାଇଛି l ବୁଧବାର ଦିନଟି ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଛି l କିଛି ଲୋକ ଗଣେଶଙ୍କର କୃପା ଲାଭ କରିବା ପାଇଁ ବୁଧବାର ଦିନ ବ୍ରତ ମଧ୍ୟ କରିଥାନ୍ତି

ପୌରାଣିକ ମାନ୍ୟତା ଅନୁସାରେ ଏହି ବ୍ରତ ଆରମ୍ଭରୁ ନେଇ ୭ଟି ବୁଧବାର ପର୍ଯ୍ୟନ୍ତ କରାଯାଇଥାଏ l ମାନ୍ୟତା ଅନୁସାରେ ଏହି ବ୍ରତକୁ କରୁଥିବା ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ଓ ଯଶ ସବୁବେଳେ ରହିଥାଏ l ତାସାହିତ ସେହି ବ୍ୟାକ୍ତିର ଅର୍ଣ୍ଣ ଭଣ୍ଡାର ଓ ଧନର କମି କେବେହେଲେବି ରହି ନଥାଏ l ଆସନ୍ତୁ ଜାଣିବା ଏହି ବୁଧବାର ପୂଜା ବିଧି ବିଷୟରେ l

* ସକାଳୁ ସାନ୍ନ ସାରି ଗଣେଶଙ୍କ ମୂର୍ତ୍ତିଙ୍କୁ ସ୍ଥାପନା କରନ୍ତୁ l ଏହାପରେ ଗୋଟିଏ ତମ୍ବାର ପାତ୍ର ଆଣି ଗଣେଶଙ୍କୁ ସାନ୍ନ କରାନ୍ତୁ l ପୂଜା କରୁଥିବା ସ୍ଥାନରେ ଆପଣ ଚାହିଁଲେ ପୂର୍ବ ଦିଗକୁ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସି ପାରିବେ l

* ଏହା ପରେ ଆସନ ଉପରେ ବସି ଭଗବାନ ଗଣେଶଙ୍କୁ ଫୁଲ ,ଧୂପ ,ଦୀପ ,କର୍ପୁର ଓ ଚନ୍ଦନ ଅର୍ପଣ କରି ପୂଜା କରନ୍ତୁ l ଗଣେଶଙ୍କୁ ଦୁବ ଅର୍ପଣ କରିବାକୁ ଭୁଲିବେ ନାହିଁ ,କାରଣ ଦୁବ ଅର୍ପଣ କରିବା ଶୁଭ ହୋଇଥାଏ l ଗଣେଶଙ୍କ ନାମ ୧୦୮ ଥର ଜପ କରନ୍ତୁ l ପ୍ରାସାଦରେ ଆପଣଙ୍କ ଇଛା ନୁସରେ ଯାହାବି ଅର୍ପଣ କରିବେ ବିଘ୍ନ ବିନାଶକ ଖୁସି ହେବେ l

ବୁଧବାର ଦିନ କରନ୍ତୁ ଏହି ଉପାୟ –

* ସମୃଦ୍ଧି ପାଇଁ ବୁଧବାର ଦିନ ଗଣେଶଙ୍କୁ ଘିଅ ଓ ଗୁଡ଼ାର ଭୋଗ ଲଗାନ୍ତୁ l ଏହି ଭୋଗକୁ ଗାଈକୁ ଖାଇବାକୁ ଦିଅନ୍ତୁ ,ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ l

* ଘର ଭିତରେ କଳହକୁ ଦୂରେଇବା ପାଇଁ ଗଣେଶଙ୍କୁ ଦୁବଘାସ ଅର୍ପଣ କରନ୍ତୁ ,ଏହା ଦ୍ୱାରା ନିଜ ଭିତରେ ସ୍ନେହ ବଢିଥାଏ l ମାନ୍ୟତା ରହିଛି ଯେ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ଦ୍ୱାରା ନାକାରତ୍ମକ ଶକ୍ତି ଘର ଭିତରେ ପ୍ରବେଶ କରି ନଥାଏ l

* ସବୁଠୁ ଜରୁରୀ କଥା ହେଲା ଗଣପତି ମିଠା ଖାଇବାକୁ ପସନ୍ଦ କରନ୍ତି l ଯଦି ସମ୍ଭବ ହେଉଛି ତେବେ ତାଙ୍କୁ ମୋଦକ ଅର୍ପଣ କରନ୍ତୁ l

* ବୁଧବାର ଦିନ ଗଣେଶଙ୍କୁ ଦୁବଘାସ ଅର୍ପଣ କରିବା ପାଇଁ ଭୁଲିବେ ନାହିଁ ,କାରଣ ଦୁବଘାସରେ ଅମୃତର ବାସ ହୋଇଥାଏ l ଦୁବଘାସ ଅର୍ପଣ କଲେ ଗଣେଶଙ୍କ ଆଶୀର୍ବାଦ ମିଳେ l ତାସାହିତ ଆପଣ ଓଁ ଗଣପତଃ ନମଃ ମନ୍ତ୍ର ୧୦୮ ଥର ଉଚାରଣ କରନ୍ତୁ,ମିଳିବ ଶୁଭ ଫଳ l

Show More

Related Articles

Back to top button