ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବେଳପତ୍ରର ୫ଟି ସ୍ୱାସ୍ଥ୍ୟଗତ ଫାଇଦା

ଆସନ୍ତୁ ଜାଣିବା କିପରି ସେବନ କରିବେ-

ଶିବଙ୍କୁ ଅର୍ପଣ କରା ଯାଉଥିବା ବେଲପତ୍ର ,କେବଳ ପୂଜାରେ ଲାଗିନଥାଏ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ l କଣ ଆପଣ ଜାଣିଛନ୍ତି ବେଲପତ୍ରର ୫ଟି ସ୍ୱାସ୍ଥ୍ୟଗତ ଲାଭ l ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ ଯେ ବେଲପତ୍ରକୁ ଗାଁ ଗହଳିର ଲୋକମାନେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟବହାର କରିଥାନ୍ତି l ଯେକୌଣସି ସମୟରେ ହେଉ ମଧ୍ୟ ଆମେ ଚାହିଁଲେ ବେଲପତ୍ରକୁ ପ୍ରାକୃତିକ ଉପାୟରେ ଅଧିକାଂଶ ରୋଗର ଚିକିତ୍ସା ପାଇଁ ବ୍ୟବହାର କରି ପାରିବା l ତେବେ ଆଜି ଆସନ୍ତି ଜାଣିବା ଘରୋଇ ଉପାୟରେ କିପରି ଭାବରେ ବେଲପତ୍ର ଦ୍ୱାରା ରୋଗର ଉପଚାର କରିବା l

* ଜ୍ୱର ହେବ ସମୟରେ ବେଲପତ୍ରକୁ କାଢା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ l ଯଦି କେବେ ଆପଣଙ୍କୁ ମହୁମାଛି କିମ୍ବା ବିରୁଡି କାମୁଡେ ତେବେ କାମୁଡି ଥିବା ସ୍ଥାନରେ କିଛି ବେଲପତ୍ର ରସ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ l

* ହୃଦରୋଗୀ ମାନଙ୍କ ପାଇଁ ବେଲପତ୍ରର ପ୍ରୟୋଗ ଅତ୍ୟନ୍ତ ଲାଭଦାୟକ ଅଟେ l ବେଲପତ୍ରର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ହୃଦଘାତ ହେବାର ବିପଦ କମ ହୋଇଥାଏ l ଶ୍ୱାସ ରୋଗୀ ମାନଙ୍କ ପାଇଁ ମଧ୍ୟ ବେଲପତ୍ର ଅମୃତ ସମାନ ଅଟେ l ଶ୍ୱାସ ରୋଗୀମାନେ ବେଲପତ୍ର ରସକୁ ସେବନ କଲେଲାଭ ମିଳିଥାଏ l

* ବେଳେବେଳେ ପେଟ ଗରମ ହୋଇ ପାଟିରେ ଘା ହୋଇଯାଇଥାଏ l ସେହି ସମୟରେ ବେଲପତ୍ରକୁ ଚୋବାଇବା ଦ୍ୱାରା ପାଟି ଘା କମିଯାଇଥାଏ l

* ଆଜିକାଲି ଅର୍ଶ ରୋଗ ଏକ ସାଧାରଣ ରୋଗ ଭାବରେ ଗାନ ହେଉଛି l ଅର୍ଶ ରୋଗରେ ଆକ୍ରାନ୍ତ ରୋଗୀ ବେଲଗଛର ଚେରକୁ ବାଟି ସେଥିରେ ସମାନ ପରିମାଣରେ ମିଶିରୀ ମିଶାଇ ଦିନକୁ ଦୁଇଥର ସେବନ କରିବା ଆବଶ୍ୟକ l ଏପରି କରିବା ଦ୍ୱାରା ଅର୍ଶ ରୋଗରୁ ଲାଘବ ମିଳିଥାଏ l ଯଦି ବେଲଗଛର ଛେରା ମିଳୁନାହିଁ ତେବେ ବେଲଫଳର ଭିତର ଚେରୁଆ ଅଂଶକୁ ପାନମଧୁରୀ ଓ ଶୁଣ୍ଠୀ ମିଶାଇ କାଢା ପ୍ରସ୍ତୁତ କରନ୍ତୁ l ଏହାପରେ ଏହି କାଢାକୁ ପ୍ରତେକ ଦିନ ଏକ ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ l

* ବର୍ଷା ଦିନେ ଓ ଶୀତଦିନେ ଥଣ୍ଡା ,କାଶ ଓ ଜ୍ୱରରେ ପ୍ରାୟ ସମସ୍ତେ ଆକ୍ରାନ୍ତ ହୋଇଥାନ୍ତି l ଏହି ସମୟରେ ବେଲପତ୍ର ରସରେ ମହୁ ମିଶାଇ ପିଇବା ଦ୍ୱାରା ଲାଭ ମିଳିଥାଏ l ଛୋଟ ପିଲା ମାନଙ୍କର ଡାଇରିଆ ସମସ୍ୟା ଦେଖା ଦେଲେ ବେଲପତ୍ରର ରସ ପିଆନ୍ତୁ l ଏହା ଡାଇରିଆ ସହିତ ପେଟ ଫାଂପେଇବା ,ଏସିଡ଼ିଟି ,ଗ୍ୟାସ ଓ ବଦହଜମି ଇତ୍ୟାଦିକୁ ଠିକ କରିଥାଏ l

Show More

Related Articles

Back to top button