ଜୀବନଚର୍ଯ୍ୟା

ଘରର ଏହି ଦିଗରେ ଧନ ରଖନ୍ତୁ: ହେବ ଧନ ବୃଦ୍ଧି

ଆମେ ଘରେ ସବୁ ବେଳେ କିଛି ନାକିଛି ନଗଦ ଟଙ୍କା ଓ ସୁନାଗହଣା ରଖିଥାଉ l ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଏହି ଧାନକୁ ଠିକ ଦିଗରେ ରଖି ପାରିବା ତେବେ କୁବେରଙ୍କ ଆଶୀର୍ବାଦ ସବୁବେଳେ ରହିବ l ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଘରର କେଉଁ ଦିଗରେ ଧନ ରଖିବା ଉତ୍ତମ ହୋଇଥାଏ

ଘରର ଉତର ଦିଗଟି ଧନ ରଖିବା ପାଇଁ ସବୁଠୁ ଶୁଭ ବୋଲି ଧରାଯାଏ l ଏହାର କାରଣ ହେଲା ଉତର ଦିଗର ସ୍ୱାମୀ ଧନର ଦେବତା କୁବେର ଅଟନ୍ତି l ଯଦି ଆପଣ ନଗଦ ଟଙ୍କା ଓ ଆଭୂଷଣ କୌଣସି ଅଲମାରୀରେ ରଖୁଛନ୍ତି ତେବେ ଆଲମିରାର ମୁହଁ ଉତର ଦିଗକୁ ହେବ ଦରକାର ଓ ଦକ୍ଷିଣ ଦିଗରେ ଆଲମିରା ପଛପଟ ରହିବ ଆବଶ୍ୟକ l ଏହିପରି କରିବା ଦ୍ୱାରା ଆଲମିରାର ମୁହଁ ସବୁବେଳେ ଉତର ଦିଗ ଆଡକୁ ଖୋଲିବ l ସେଥିରେ ରଖ ଯାଇଥିବା ଟଙ୍କା ଓ ଆଭୁଷଣର ସବୁବେଳେ ବୃଦ୍ଧି ହେବ l

ଏହି ଦିଗ ଗୁଡିକରେ ମଧ୍ୟ ରଖି ପାରିବେ ଧନ-

* ଉତର ଓ ପୂର୍ବ ମଧ୍ୟରେ ଥିବା ଦିଗକୁ ଐଶାନ୍ୟ କୋଣ କୁହାଯାଏ l ମାନ୍ୟତା ରହିଛି ଯେ ଯେଉଁ ଘରର ମୁରବି ସେଠାରେ ଧନ ଓ ଆଭୂଷଣ ରଖିଥାନ୍ତି ତାହା ଏକ ବୁଦ୍ଧିମାନର କାର୍ଯ୍ୟ ଅଟେ l ଘରେ ଯଦି ଆପଣ ଆଲମିରା ରଖିବାକୁ ଚାହୁଁଛନ୍ତି ସେଥିପାଇଁ ପୂର୍ବ ଦିଗ ମଧ୍ୟ ଶୁଭ ହୋଇଥାଏ l

ଏହି ଦିଗରେ ଧନ ରଖିବା ଉଚିତ ନୁହେଁ –

* ଦକ୍ଷିଣ ଓ ପୂର୍ବ ମଧ୍ୟରେ ଥିବା କୋଣକୁ ଆଗ୍ରେୟ କୋଣ କୁହାଯାଏ ,ଏଠାରେ ଧନ ରଖିବା ଅଶୁଭ ବୋଲି ଗଣା ଯାଏ l

* ଦକ୍ଷିଣ ଦିଗରେ ଧନ ରଖିବା କ୍ଷତି କାରକ ନୁହେଁ ,କିନ୍ତୁ ଧନର ବୃଦ୍ଧି ମଧ୍ୟ ହୋଇ ନଥାଏ l

* ପଶ୍ଚିମ ଦିଗ ଓ ଵାୟଵ୍ୟ କୋଣରେ ଧନ ରଖିବା ଉଚିତ ନୁହେଁ l

ନଈରୀତ୍ୟ କୋଣ ଦକ୍ଷିଣ ଓ ପଶ୍ଚିମ ଦିଗର ମଧ୍ୟ ଭାଗକୁ କୁହାଯାଇଥାଏ l ଏହି କୋଣ ବିଷୟରେ କୁହ ଯାଇଛି ଯେ ଏହି କୋଣରେ ବ୍ୟକ୍ତି ଭୁଲ ଉପାୟରେ ଅର୍ଜିତ କରିଥିବା ଧନକୁ ରଖିଥାଏ l ଏହି ଦିଗରେ ରଖ ଯାଇଥିବା ଧାନ ଖର୍ଚ ହୋଇନଥାଏ l

Show More

Related Articles

Back to top button