Breaking PLUSଓଡ଼ିଶାପାଣିପାଗ

ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ୱଭାବିକ ରହିବ ପାଗ

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଜୱାଦ’ ଗଭୀର ଅବପାତର ରୂପ ନେବା ପରେ ଗତକାଲି ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା । ଆଉ ଏହି ଅବପାତ ଦୁର୍ବଳ ହୋଇଯାଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ଉପକୂଳ ତଥା ତତ୍‌ ସଂଲଗ୍ନ ଜିଲା ଗୁଡିକରେ ପାଗ ମେଘୁଆ ରହିଛି । ଆଜି ଉତ୍ତର ଉପକୂଳ ଓ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ଆଜି ଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ଶୀତ ସ୍ୱଭାବିକ ରହିବ ।

Show More

Related Articles

Back to top button