Breaking PLUSଦେଶମୁଖ୍ୟ ଖବର

ଦେଶରେ ୨୧ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା । ଏହା ମଧ୍ୟରେ ଦେଶରେ ୨୧ ଜଣ ଓମିକ୍ରନ୍‌ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଦିଲ୍ଲୀରୁ ଏସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ ମହାରାଷ୍ଟ୍ରରୁ ପିମ୍ପିରିରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଛି । ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କ ୨ ଝିଅ ରହିଛନ୍ତି । ସେହିପରି ମହିଳାଙ୍କ ଭାଇ ଏବଂ ଭାଇଙ୍କ ୨ ଝିଅ ମଧ୍ୟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତିି । ସେହିପରି ଫିନ୍‌ଲାଣ୍ଡ୍‌ରୁ ଫେରିଥିବା ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି ।

ଅପରପକ୍ଷରେ ରାଜସ୍ଥାନ ଜୟପୁରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୯ ଜଣଙ୍କଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଛି । ସେହିପରି ଦିଲ୍ଲୀରେ ଜଣଙ୍କଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ କରାଯାଇଛି । ଏଥି ସହ ଗୁଜରାଟରେ ଜଣେ, କର୍ନାଟକରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button