Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ-ଋଷ ମଧ୍ୟରେ ଏକେ-୨୦୩ ରାଇଫଲ ଏବଂ ୨୦୩୧ ପର୍ଯ୍ୟନ୍ତ ସାମରିକ ସହଯୋଗ ବୃଦ୍ଧି ପାଇଁ ଚୁକ୍ତି ସ୍ୱାକ୍ଷରିତ

ଆଜି ଭାରତ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷର ପ୍ରତିପକ୍ଷ ସର୍ଗି ଶୋଏଗୁଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏବଂ ଉତ୍ତରପ୍ରଦେଶର ଆମେଠୀରେ ମିଳିତ ଉଦ୍ୟମରେ ପ୍ରାୟ ୬ ଲକ୍ଷ ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ଉଭୟ ପକ୍ଷ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଡିଲର ମୂଲ୍ୟ ୫୦୦୦ କୋଟିରୁ ଅଧିକ ଅଟେ ।

ଏହା ସହିତ ୨୦୨୧ ରୁ ୨୦୩୧ ପର୍ଯ୍ୟନ୍ତ ପରବର୍ତ୍ତୀ ଦଶନ୍ଧି ପାଇଁ ସାମରିକ ବୈଷୟିକ ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଚୁକ୍ତିନାମା ମଧ୍ୟ କରିଛନ୍ତି । ଏହି ବୈଠକ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ଆମେ ଆଶା କରୁଛୁ ଯେ ଏହି ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ଋଷ ଭାରତ ପାଇଁ ଏକ ପ୍ରମୁଖ ଅଂଶୀଦାର ହୋଇ ରହିବ । ପ୍ରତିରକ୍ଷା ଉପକରଣର ସହ-ବିକାଶ ଏବଂ ସହ-ଉତ୍ପାଦନ, ଯାହା ଭାରତର ଆତ୍ମନିର୍ଭରଶୀଳତାକୁ ନେଇ ଆଗେଇ ଆସୁଛି ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା ଯୋଗାଯୋଗ ଅତୀତରେ ଦୃଢ ରହିଛି ।

ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ରବିବାର ଦିନ ଦିଲ୍ଲୀରେ ପହଞ୍ଚି ଭାରତର ପ୍ରତିପକ୍ଷଙ୍କ ସହିତ ୨/୨ ବୈଠକ କରିଛନ୍ତି । ଏହି ବୈଠକରେ ଉଭୟ ପକ୍ଷ ମଧ୍ୟରେ ରାଇଫଲ ଏବଂ ହେଲିକପ୍ଟର, ପ୍ରତିରକ୍ଷା ଲଜିଷ୍ଟିକ୍ସ, ତୈଳ ଏବଂ ମହାକାଶ ସମେତ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦଶଟି ଚୁକ୍ତିନାମା ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି ।

Show More

Related Articles

Back to top button