ମନୋରଞ୍ଜନ

‘ଆମେ ତୁମକୁ ବହୁତ ମିସ୍ କରୁଛୁ’- ମା’ ଶ୍ରୀଦେବୀଙ୍କୁ ମନେ ପକାଇ ଇମୋସନାଲ୍ ହେଲେ ଜାହ୍ନବୀ-ଖୁସି

ଗତକାଲି ବଲିଉଡର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୮ ତମ ଜନ୍ମ ବାର୍ଷିକୀ ଥିଲା । ଏହି ବିଶେଷ ଅବସରରେ ବି-ଟାଉନ ସେଲିବ୍ରେଟଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ମଧ୍ୟ ତାଙ୍କ ମା’ଙ୍କୁ ମନେ ପକାଇ ଇମୋସନାଲ୍ ହୋଇଯାଇଥିଲେ ।

ଜାହ୍ନବୀ ତାଙ୍କ ମା’ଙ୍କ ନାମରେ ଏକ ପୋଷ୍ଟ ସେୟାର କରିଥିଲେ ।ଜାହ୍ନବୀ ଶ୍ରୀଦେବୀଙ୍କ ସହ ତାଙ୍କ ପିଲାଦିନର ଏକ ଫଟୋ ସେୟାର କରିଥିଲେ । ଯାହା ସହିତ ସେ କ୍ୟାପସନରେ ଲେଖିଥିଲେ, ‘ହାପି ବର୍ଥ ଡେ’ ମାମା। ତୁମେ ମୋର ବହୁତ ମନେ ପଡ । ସବୁକିଛି ତୁମ ପାଇଁ । ମୁଁ ତୁମକୁ ବହୁତ ଭଲ ପାଏ।’ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ତାଙ୍କ ମା’ଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଥିଲେ। ଖୁସି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମା’ ଶ୍ରୀଦେବୀ ଏବଂ ବାପା ବୋନି କପୁରଙ୍କ ଏକ ଫଟୋ ସେୟାର କରିଥିଲେ । ଯାହା ସହିତ ସେ ଲେଖିଥିଲେ, ‘ମୁଁ ତୁମକୁ ପ୍ରତିଦିନ ମନେ ପକାଉଛି।’

ଶ୍ରୀଦେବୀ ଅଗଷ୍ଟ୧୩, ୧୯୬୩ ରେ ଜନ୍ମଗ୍ରହଣ କରିଥିଲେ। ଏହି ଅଭିନେତ୍ରୀ ହିନ୍ଦୀ ସିନେମାକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିଲେ । ଫେବୃଆରୀ ୨୪, ୨୦୧୮ ରେ, ଶ୍ରୀଦେବୀ ଦୁନିଆକୁ ବିଦାୟ ଦେଇଥିଲେ। ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button