ଓଡ଼ିଶାରାଜନୀତି

ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ

ବୁଥରେ ପୋଲିଂ ପାର୍ଟି ପହଞ୍ଚିସାରିଲେଣି

ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ। ଭୋଟିଂ ପାଇଁ ପୋଲିଂ ପାର୍ଟି ଗୁଡିକ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେଣି। ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକର ମୋଟ ୩୭୩ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି ।ଭୋଟ ଗ୍ରହଣ ପାଇଁ ମୋଟ ୧୯୪୦ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ଜଣ ସିଏପିଫ, ୩୭ ୱେବ କାଷ୍ଟିଙ୍ଗ ଟିମ୍ , ୪୦ ମାଇକ୍ରୋ ଅବଜରଭର, ୫ଟି ଭିଡିଓ ଗ୍ରାଫି ଟିମ୍ ନିୟୋଜିତ କରାଯାଇଛି । ୧୧ ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୩୯ ହଜାର ୧୫୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ।ସେହିପରି ବାଲେଶ୍ବରରେ ୩୪୬ଟି ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ରହିଛନ୍ତି।

 

Election

ବାଲେଶ୍ବରରେ ୫୬ ଜଣ ମାଜିଷ୍ଟ୍ରେଟ୍ ,୫ ଫ୍ଲାଇଙ୍ଗ ସ୍କ୍ବାଡ୍ , ୫ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ , ୩ଟି ଭିଡିଓ ସର୍ଭେଲାନ୍ସ ଟିମ୍ ମୁତୟନ କରାଯାଇଛି। ବାଲେଶ୍ବରରେ ୩୨ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହୋଇଛନ୍ତି। କୋଭିଡ କଟକଣାକୁ ଅଧିକ ଗୁରତ୍ବ ଦିଆଯିବା ସହିତ ଏଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଦୁଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ବାଜି ଜିତିବାକୁ ବିଜେଡି-ବିଜେପି ଓ କଂଗ୍ରେସ କସରତ୍ କରିଛନ୍ତି । କିନ୍ତୁ ସବୁ କିଛି ନିର୍ଭର କରୁଛି ଭୋଟରଙ୍କ ମୁଡ୍ ଉପରେ । ୧୦ ତାରିଖରେ ଭୋଟ୍ ଗଣତି କରାଯିବ।

Show More

Related Articles

Back to top button