ଦେଶ ବିଦେଶସ୍ୱାସ୍ଥ୍ୟ

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ କ୍ବାରେଣ୍ଟାଇନ୍ ରେ WHO ମୁଖ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି।କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି

ସେ ରବିବାର ଦିନ କହିଛନ୍ତି ଯେ, ତାଙ୍କର ଜଣେ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇନାହିଁ ।ସେ ଏକ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମୁଁ ଏଭଳି ଜଣେ ଏଭଳି ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲି ଯିଏକି କୋଭିଡ୍ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁଁ ସୁସ୍ଥ ଅଛି । ମୋ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ମାତ୍ର ପ୍ରୋଟୋକଲ ଅନୁସାରେ କିଛି ଦିନ ବ୍ୟକ୍ତିଗତ ସଂଗରୋଧରେ ରହିବି । ଘରେ ରହି କାମ କରିବି ।’ସେ ଏହା ମଧ୍ୟ କହିଥିଲେ ଯେ, ମହାମାରୀ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପାଳନ କରିବା ମହତ୍ବପୂର୍ଣ୍ଣ ।

କାରଣ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା ସହ ସ୍ବାସ୍ଥ୍ୟ ଏହାର ପ୍ରଭାବ କମ୍ ରହିବ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମିତଙ୍କ ସଂପର୍କରେ ଆସିବା ପରେ ଯେକୌଣସି ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍ ରେ ରହିବାକୁ ପଡେ ।ସେ ଆହୁରି ମଧ୍ୟ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା । ଏହାଦ୍ବାରା ଆମେ କୋଭିଡ୍ ୧୯ ସଂକ୍ରମଣର ଚେନ୍ କୁ ଭାଙ୍ଗି ପାରିବା । ଭାଇରସ୍ କୁ ରୋକିବା ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ରକ୍ଷା କରିପାରିବା । ମୁଁ ଏବଂ ମୋର ସହକର୍ମୀ ଜୀବନ ବଞ୍ଚାଇବା ଏବଂ ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବା ନେଇ ମିଳିମିଶି କାମ କରିବା ଜାରି ରଖିବୁ ।ସାରା ବିଶ୍ବରେ ଏବେ ସାଢେ ଚାରି କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । ଏହି ପ୍ରାଣଘାତୀ ମହାମାରୀରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । କେବଳ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିବାକୁ ବସିଲାଣି ।

Show More

Related Articles

Back to top button