ସ୍ୱାସ୍ଥ୍ୟ

ଶରୀର ପାଇଁ ରାମବାଣ ସ୍ୱରୂପ ହେଉଛି ବେଲ

ବେଲ ଗଛ ଏପରି ବୃକ୍ଷ ଯାହାର ପ୍ରତ୍ୟକଟି ଅଂଶ ମଣିଷ ଶରୀର ପାଇଁ ଉପଯୋଗୀ l ଆୟୁର୍ବେଦରେ ବେଲ କୁ ଗୋଟିଏ ମୂଲ୍ୟବାନ ଔଷଧ ରୂପେ ଗ୍ରହଣ କରାଯାଏ

ଏହାର ଉପର ଭାଗ ଅତି କଠୋର ଅଟେ ଓ ଭିତର ଅଂଶ ନରମ ହେବ ସହିତ ମଞ୍ଜି ଯୁକ୍ତ ଅଟେ l ଏହି ଫଳଟି ବହୁତ ଦିନ ପାଇଁ ସୁରକ୍ଷିତ ରହି ପରେ ,ଅନ୍ୟ ଫଳ ମାନଙ୍କ ଭଳି ଶୀଘ୍ର ଖରାପ ହୁଏନି l

* ହୃଦଘlତ ଜନିତ ସମସ୍ୟା ଦୂର ହୁଏ -ବେଲର ରସକୁ ବାହାର କରି ଏକ ପାତ୍ରରେ ରଖନ୍ତୁ ଏଥିରେ କିଛି ଘିଅ ମିଶାନ୍ତୁ l ଏହି ମିଶ୍ରଣକୁ ପ୍ରତ୍ୟକ ଦିନ ନୃଦ୍ଧିଷ୍ଟ ମାତ୍ରାରେ ପିଅନ୍ତୁ l ଏହାକୁ ନିୟମିତ ସେବନ କଲେ ହୃଦୟ ସମ୍ବଧିଅ ସମସ୍ତ ରୋଗ ଦୂର ହୋଇ ଥାଏ ଓ ବ୍ଲଡ଼ ସୁଗାର ମଧ୍ୟ ନିଅନ୍ତ୍ରଣା ହୋଇ ଥାଏ l

* ଗ୍ୟାସ ,ବଦହଜମି ଓ କୋଷ୍ଠ କାଠିନ୍ୟ ରୁ ଆରାମ ଦେଇଥାଏ -ପ୍ରତ୍ୟକ ଦିନ ବେଲ ପଣା ପିଇଲେ ଖାଦ୍ୟ ହଜମ ହୋଇଥଏ l ଏହା ସହିତ ଗ୍ୟାସ ଯେପରି ରୋଗରୁ ମୁକ୍ତି ମିଳେ l ଆଜି କଲି ଗ୍ୟାସ ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା l ତାହା ସହିତ କୋଷ୍ଠ କାଠିନ୍ୟ ରୁ ମଧ୍ୟ ମୁକ୍ତି ମିଳି ଥାଏ l

* କୋଲେଷ୍ଟ୍ରଲ ର ସ୍ତରକୁ ନିୟନ୍ତ୍ରଣ କରେ -ଯେଉଁ ମାନଙ୍କର କୋଲେଷ୍ଟ୍ରଲ ଅଛି ସକାଳୁ ଖାଲି ପେଟରେ ବେଲ ପାନ ପିଇବା ଆବଶ୍ୟକ l ଯାହା ଆମ ଶରୀରର କୋଲେଷ୍ଟ୍ରଲ ମାତ୍ରାକୁ କାମ କରିଥାଏ l

* ଝାଡା ବାନ୍ତି ଓ ଡାଇରିଆ ପାଇଁ ଉପଯୁକ୍ତ ଅଟେ ବେଲ- ଆୟୁର୍ବେଦରେ ବେଲା ପଣା କୁ ଡାଇରିଆ ପାଇଁ ଅତି ଉପଯୋଗୀ ବୋଲି ଧରାଯାଏ l ବେଲ ରସରେ ଅଳ୍ପ ମାତ୍ରାରେ ଚିନି ଓ ଲୁଣ ମିଶାଇ ପିଇଲେ ଝାଡ଼ାବାନ୍ତି କମିଯାଏ l

* ପେଟକୁ ଥଣ୍ଡା ରଖେ – ଖରାଦିନେ ବେଲ ରସକୁ ମହୁ ସହିତ ମିଶାଇ ପିଇଲେ ଏସିଡ଼ିଟି ରୁ ରକ୍ଷା ମିଳିଥାଏ l ଯଦି ଆପଣ ନିୟମିତ ତୁଣ୍ଡଘା ର ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ବେଲ ରସ ପିଇଲେ ଠିକ ହୋଇଯିବ ଗରାମ ଦିନେ ବେଲ ପଣା କୁ ଗାଁ ଗହଳିରେ ଏକ ଉତ୍ତମ ପାନୀୟ ରୂପେ ଗଣାଯାଏ l

* ପ୍ରସୂତୀ ମାନଙ୍କ ପାଇଁ ଉପଯୋଗୀ -ପ୍ରସୂତୀ ମାନେ ପ୍ରସବ ପରେ ନିୟମିତ ବେଲ ପଣା ପିଇଲେ ପେଟର କୌଣସି ପ୍ରକାରର ଅସୁବିଧା ହୋଇ ନଥାଏ l କାରଣ ପ୍ରସବ ପରେ ପରେ ଗ୍ୟାସ ଓ ଏସିଡ଼ିଟି ପ୍ରଭୃତି ଯନ୍ତ୍ରଣାରେ ପ୍ରସୁତିମାନେ ଆକ୍ରାନ୍ତ ହୁଅନ୍ତି l ତା ସାହିତ ବେଲ ପଣା ପିଇଲେ ଅଧିକ ପରିମାଣରେ କ୍ଷୀର ନିର୍ଗତ ହୁଏ ଯାହା ଶିଶୁପାଇଁ ଉପଯୋଗୀ ଅଟେ l

* କର୍କଟ ରୋଗରୁ ଦୁରେଇ ରଖେ -ଯଦି ଆମେ ନିୟମିତ ବେଲ ପଣା ପିଇବା ସ୍ତନ କର୍କଟ ରୋଗରୁ ଦୁରେଇ ରହିବା କାରଣ ବେଲ ପଣା ରେ କର୍କଟ ପ୍ରତିଷେଧକ ଶକ୍ତି ଅଛି l

* ରକ୍ତ ସଫା ରଖେ -ବେଲ ରସରେ କିଛି ମାତ୍ରାରେ ଉଷୁମୁ ପାଣି ମିଶାଇ ନିୟମିତ ପିଇଲେ ରକ୍ତ ସଫା ହୋଇଥାଏ l ଏହା ଦ୍ୱାରା କୌଣସି ଚର୍ମ ରୋଗ ହୁଏ ନାହିଁ l

Show More

Related Articles

Back to top button