ଖେଳଦେଶ

ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଲେ ବିରାଟ

ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଲେ ବିରାଟ କୋହଲି । ଟି-୨୦ ବିଶ୍ୱକପ ୨୦୨୨ରେ ଧମାଲ କରୁଛି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ । ଚଳିତ ମାସରେ ବିଶ୍ୱର ସମସ୍ତଙ୍କ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏପରି ସମ୍ମାନିତ କରାଯାଇଚଛି ।

ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି। ଏଥିପାଇଁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଛି। ବିରାଟ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ ଆଇସିସି ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ବିରାଟଙ୍କ ସହ ଏହି ମାସିକ ପୁରସ୍କାର ପାଇବା ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲିର ଓ ଜିମ୍ବାୱେର ସିକନ୍ଦର ରାଜା ରହିଥିଲେ। ଉଭୟଙ୍କୁ ପଛରେ ପକାଇ ବିରାଟ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ସମ୍ମାନ ହାତେଇଛନ୍ତି।

ସୂଚନାଯୋଗ୍ୟ,ଚଳିତ ବିଶ୍ୱକପ ଟି-୨0 ସିଜନରେ ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି ବିରାଟ ।

 

 

Show More

Related Articles

Back to top button