Breaking PLUSଖେଳ

କ୍ୟାପଟେନ୍ ପଦରୁ ଇସ୍ତଫା ଦେବେ ବିରାଟ କୋହଲି

ଏନେଇ ଟ୍ୱିଟ୍ କରି ସୂଚନା ଦେଲେ କୋହଲି

ଭାରତୀୟ ଦଳର କ୍ୟାପଟେନ୍ ପଦରୁ ଇସ୍ତଫା ଦେବେ ବିରାଟ କୋହଲି, ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । । ଭାରତୀୟ କ୍ରିକେଟ ଫ୍ୟାନ୍‌ ମାନଙ୍କ ପାଇଁ ଏହା ସବୁଠାରୁ ବଡ ଖବର । କେବଳ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଅଧିନାୟକ ପଦ ଛାଡିବେ କୋହଲି । ପୂର୍ବପରି ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦ ଜାରି ରଖିବେ । ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

କୋହଲି ଟ୍ୱିଟ୍ କରି କହିଛନ୍ତି, ‘ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି । ଏହା ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଉଛି । ଅଧିନାୟକ ପଦ​‌ରେ ଥିବା ବେଳେ ଟିମ ପାଇଁ ଅନେକ କିଛି କରିବାକୁ ଚେଷ୍ଟା କରିଛି । ଅତିରିକ୍ତ ଚାପକୁ ଦୃଷ୍ଟିରେ ରଖି ୨୦୨୧ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଟି-୨୦ ଫର୍ମାଟ୍‌ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳକୁ ସହଯୋଗ ଜାରି ରଖିବି ।’

ଟେଷ୍ଟ ଏବଂ ଦିନିକିଆରେ ଫୋକସ୍‌ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କୋହଲି । ସେ ଆହୁରି ମଧ୍ୟ କହିଛନ୍ତି, ‘ ଗତ ୮-୯ ବର୍ଷ ଧରି ଚାପରେ ରହି କ୍ରିକେଟ ଖେଳିବା ସହିତ ଲଗାତାର ଗତ ୫-୬ ବର୍ଷ ୩ଟି ଯାକ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲି । ତେଣୁ ଏବେ ନିଜକୁ ହାଲ୍‌କା କରିବାକୁ ଚାହୁଁଛି । କିନ୍ତୁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ପୁରାପୁରି ଭାବେ ପ୍ରସ୍ତୁତ ଅଛି ।’

Show More

Related Articles

Back to top button