Breaking PLUSବଲିଉଡମୁଖ୍ୟ ଖବର

ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟରେ ଦ୍ୱିତୀୟ ଦିନରେ ଆୟକର ସର୍ଭେ ଜାରି

ଆଜି ପୁଣି ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ସର୍ଭେ ଜାରି ରହିଛି । ବୁଧବାର ଦିନ ୨୦ ଘଣ୍ଟାରୁ ଅଧିକ ଚାଲିଥିବା ସର୍ଭେ ପରେ ଆଜି ପୁଣି ସର୍ଭେ ଆରମ୍ଭ ହୋଇଛି । ବୁଧବାର ଦିନ ସୋନୁ ସୁଦଙ୍କ ୬ଟି ଠିକଣାରେ ସର୍ଭେ ଚାଲିଥିଲା ।  ତେବେ ସର୍ଭେ ଦ୍ୱାରା ଆୟକର ବିଭାଗ କଣ ହାସଲ କରିଛି ତାହା ବିଭାଗ ସ୍ପଷ୍ଟ କରିନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ଡିଲକୁ ନେଇ ଆୟକର ବିଭାଗ ସର୍ଭେ କରୁଛି ଯାହା ସେ ଲକ୍ଷ୍ନୌର ଏକ ରିୟଲ ଇଷ୍ଟେଟ କମ୍ପାନୀ ସହ କରିଥିଲେ । ମାମଲାରେ କୌଣସି ଅଫିସିଆଲ ବୟାନ ଏବେ ଯାଏ ଆସିନାହିଁ ।

Show More

Related Articles

Back to top button