Breaking PLUSଦେଶମୁଖ୍ୟ ଖବର

ଭିଲାଇ ଇସ୍ପାତ କାରଖାନାର କଞ୍ଚାମାଲ ବିଭାଗରେ ଅଗ୍ନିକାଣ୍ଡ

ଭିଲାଇ/ରାୟପୁର , 28 ଡିସେମ୍ବର – ଛତିଶଗଡ ଦୁର୍ଗ ଜିଲ୍ଲା ଭିଲାଇ ଇସ୍ପାତ କରଖାନାର କଞ୍ଚାମାଲ ବିଭାଗରେ ଆଜି ସକାଳେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀଙ୍କୁ ସେଠାରୁ ବାହାରକୁ କଢାଯାଇଛି । ତେବେ କେହି ମୃତାହତ ହେବାର ସୂଚନା ମିଳିନାହିଁ ।
ଭିଲାଇ ଇସ୍ପାତ କାରଖାନାରେ ଲୌହ ଉତ୍ପାଦନ ପାଇଁ ରଖାଯାଇଥିବା କଞ୍ଚାମାଲ ବିଭାଗରେ ଆଜି ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ସମୟରେ ସେଠାରେ 35ଜଣ କର୍ମଚାରୀ କାମ କରୁଥିଲେ । କଞ୍ଚାମାଲ ମିକ୍ସିଂ ପାଇଁ ଥିବା ବଙ୍କରର ଉପର ଭାଗରୁ ତେଲ ଲିକ୍ ହେବା କାରଣରୁ ନିଆଁ ଲାଗିଥିଲା । ଯାହାକୁ ଧ୍ୟାନ ଦିଆନଯାଇ ସେଠାରେ ୱେଲ୍ଡିଂ କରି କାମ ଆରମ୍ଭ କରାଯାଇଥିଲା । ୱେଲ୍ଡିଂର ନିଆଁ ଝୁଲ କାରଣରୁ ନିଆଁ ଲାଗିଥିଲା ।

Show More

Related Articles

Back to top button