ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଇଥିବା ବିଜୟ ସିହ୍ନାଙ୍କୁ ମିଳିଲା ନୂଆ ପଦ

ପାଟନା: ସକାଳେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିଜୟ ସିହ୍ନାଙ୍କୁ ବିଜେପି ବିରୋଧୀ ଦଳର ନେତା ଭାବେ ଚୟନ କରିଛି । ଏହି କାରଣରୁ ବିହାର ରାଜନୀତିରେ ଜୋରସୋର ଚର୍ଚ୍ଚା ଚାଲିଛି । ଅଗଷ୍ଟ ୯ ପର୍ଯ୍ୟନ୍ତ ନୀତୀଶ କୁମାରଙ୍କ ନେତୃତ୍ୱରେ ଚାଲିଥିବା ଏନଡିଏ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ତାରାକିଶୋର ପ୍ରସାଦ ଏବଂ ରେଣୁ ଦେବୀ ବିରୋଧୀ ଦଳ ନେତା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲେ ବି ଶେଷରେ ବିଜୟ ବାଜି ମାରିନେଇଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲ ଆଜି ଔପଚାରିକ ଭାବେ ବିଧାନସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ବିଧାୟକ ଦଳ ବୈଠକରେ ବିଜୟ ସିହ୍ନାଙ୍କୁ ବିଧାନସଭାରେ ବିରୋଧୀ ଦଳର ନେତା ଓ ସମ୍ରାଟ ଚୌଧୁରୀଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି ।

 

Show More

Related Articles

Back to top button