Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାରିପଦା- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ପିଏଚ୍‌ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ଚାଲିଛି । ବଡ଼ସାହି ପୈତୃକ ଘର, ଅଫିସ୍‌ରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍ ।

ଦୁଇ ଜଣ ଆଡିସ୍‌ନାଲ୍‌ ଏସ୍‌ପି, ୩ ଜଣ ଡିଏସ୍‌ପି, ୭ ଜଣ ଇନ୍‌ସ୍ପେକ୍ଟର, ଜଣେ ସବ୍‌ ଇନ୍‌ସ୍ପେକ୍ଟର, ୭ ଜଣ ଏଏସ୍‌ଆଇ ଏହି ଚଢ଼ାଉ କରୁଥିବା ଟିମ୍‌ରେ ସାମିଲ୍‌ ଅଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଧୀନସ୍ଥ ରଘୁନାଥପୁର ଗ୍ରାମରେ ନାୟକଙ୍କ ପତ୍ନୀଙ୍କ ନାମରେ ଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ ମହଲା କୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେ ଥିବା ତାଙ୍କ ଘର, ମଣିତ୍ରୀ ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି।

Show More

Related Articles

Back to top button